ମାଡ୍ରାସ ହାଇକୋର୍ଟକୁ ୪ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିସ କଲେ କ‌ଲେଜିୟମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ୪ ଜିଲ୍ଲା ବିଚାରପତିଙ୍କୁ ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ହାଇକୋର୍ଟକୁ ପଦୋନ୍ନତି ପାଇଁ ନାମ ସୁପାରିସ କରାଯାଇଥିବା ଏହି ୪ ବିଚାରପତିଙ୍କ ନାମ ହେଉଛି ଆର୍‌ ଶକ୍ତିଭେଲ, ପି ଧନବଲ୍‌, ଚିନ୍ନାସାମୀ, କୁମପରପ୍ପନ ଏବଂ କେ ରାଜସେକର। ପୂର୍ବରୁ ସୁପାରିସ କରିଥିବା ଅନ୍ୟ ୨ ବିଚାରପତିଙ୍କୁ ହାଇକୋର୍ଟ‌‌ରେ ନିଯୁକ୍ତି ଦେବାପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବାକୁ କଲେଜିୟମ ସରକାରଙ୍କୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କୌଣସି ପ୍ରକାର ବିଳମ୍ବ ହେଲେ ଏହା ପ୍ରାର୍ଥୀଙ୍କର ବରିଷ୍ଠତା ଉପରେ ପ୍ରଭାବ ପକାଇବ। ତେବେ କୋର୍ଟ ୪ ନୂଆ ବିଚାରପତିଙ୍କ ନାମ ସୁପାରିସ କରିବାପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋର ଆକଳନକୁ ବିଚାରକୁ ନେଇଛନ୍ତି। କଲେଜିୟମ କହିଛନ୍ତି, ଉକ୍ତ ୪ ଜଣ ବିଚାରପତି ହାଇକୋର୍ଟର ବିଚାରପତି ହେବାପାଇଁ ପୂରା ଯୋଗ୍ୟ।

ସମ୍ବନ୍ଧିତ ଖବର