ପାଟନା: ବିଭିନ୍ନ ସଂସ୍ଥା ଦ୍ବାରା ହୋଇଥିବା ବୁଥ୍ ବାହୁଡ଼ା ମତରେ ଆର୍ଜେଡି ନେତୃତ୍ବାଧୀନ ମହାମେଣ୍ଟର ବିଜୟ ଆକଳନ କରାଯାଇଥିଲା। କିନ୍ତୁ ବାସ୍ତବ ଦୃଶ୍ୟପଟ୍ଟ ଅଲଗା ଆସିଛି। ବିଜେପି ଚଳିତ ନିର୍ବାଚନରେ ବାଜି ମାରିନେଇଛି। ଅଧିକ ଆସନରେ ବିଜୟୀ ହୋଇ ବିଜେପି ଏକକ ବଡ଼ ଦଳ ହେବାକୁ ଯାଉଛି। ଅନ୍ୟପକ୍ଷେ ଆର୍ଜେଡି ଦ୍ବିତୀୟ ସ୍ଥାନରେ ରହିଛି। ତେବେ କଂଗ୍ରେସ ପାଇଁ ହିଁ ମହାମେଣ୍ଟର ବିଜୟ ଆଶା ମଉଳି ଯାଇଛି ଏବଂ ମହାମେଣ୍ଟ ଦୁର୍ବଳ ସ୍ଥିତିକୁ ଚାଲିଯାଇଛି। ଆସନ ବୁଝାମଣା କ୍ଷେତ୍ରରେ ଆର୍ଜେଡି ଭୁଲ୍ ନିଷ୍ପତ୍ତି ନେଇଥିଲା ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। ଆର୍ଜେଡି ପରେ କଂଗ୍ରେସ ୭୦ ଟି ଆସନରେ ନିର୍ବାଚନ ଲଢ଼ିଛି। କିନ୍ତୁ କଂଗ୍ରେସ ଏଥିରୁ ମାତ୍ର ୨୧ଟି ଆସନରେ ଆଗୁଆ ରହିଛି ଏବଂ ଏଥିସହ କଂଗ୍ରେସ ଚତୁର୍ଥ ସ୍ଥାନକୁ ଖସିଯାଇଛି। କଂଗ୍ରେସର ବିଫଳତା ପାଇଁ ମହାମେଣ୍ଟର ବିଜୟ ଆଶା ଧୂଳିସାତ୍ ହୋଇଯାଇଛି ବୋଲି କୁହାଯାଉଛି । ଗତ ଲୋକସଭା ନିର୍ବାଚନରେ ମଧ୍ୟ ଆର୍ଜେଡି-କଂଗ୍ରେସ ମେଣ୍ଟ ବିଫଳ ହୋଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାହରେ ପ୍ରଚାର କରିଛନ୍ତି କିନ୍ତୁ ତେଜସ୍ବୀଙ୍କ ବିଶାଳ ରୢାଲି ତୁଳନାରେ ଏହା କିଛି ନୁହେଁ। ପ୍ରମୁଖ କଂଗ୍ରେସ ପ୍ରାର୍ଥୀ ସୁଭାଶିନୀ ଶରଦ ଯାଦବ ହାରି ଯାଇଛନ୍ତି। ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ମଧ୍ୟ ପଛୁଆ ଅଛନ୍ତି। ବିଶ୍ଳେଷକମାନେ କହୁଛନ୍ତି, ତେଜସ୍ବୀ ଯାଦବ ଯଦି କଂଗ୍ରେସର ଦାବି ଅନୁଯାୟୀ ଏହାକୁ ୭୦ ଆସନରେ ଲଢ଼ିବାପାଇଁ ସୁଯୋଗ ଦେଇନତେନ୍ତେ ତେବେ ଆର୍ଜେଡିର ଭୋଟ୍ ପ୍ରତିଶତ ଭଲ ରହିଥାନ୍ତା।
ମହାମେଣ୍ଟକୁ ବୁଡ଼ାଇଲା କଂଗ୍ରେସ
/sambad/media/post_attachments/wp-content/uploads/2020/11/f65g4h98ds7h98sfh798fshffhfhshsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)