ନୂଆଦିଲ୍ଲୀ: ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତା ନିବେଶ ନାଁରେ ୬ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶକ୍ତିସିଂହ ଗୋହିଲ କହିଛନ୍ତି ଯେ ଭୂପେନ୍ଦ୍ର ଝାଲା ନାମକ ଏହି ବିଜେପି ନେତା ଲୋକଙ୍କୁ ୨ ବର୍ଷରେ ଟଙ୍କା ଡବଲ କରିବ କହି ପ୍ରାୟ ୬ ହଜାର କୋଟି ନେଇ ଫେରାର ହୋଇଯାଇଛନ୍ତି । ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ଏହି ମାମଲାର ତଦନ୍ତ କରିବା ଉଚିତ। ଏହାବ୍ୟତୀତ ଏହି ବ୍ୟକ୍ତିଙ୍କ ସହ ବିଜେପିର ଅନ୍ୟ ନେତାଙ୍କ ସମ୍ପର୍କ କ'ଣ ତାହାର ଉତ୍ତର ବିଜେପି ଦେବା ଦରକାର ବୋଲି ଗୋହିଲ କହିଛନ୍ତି। ତେବେ କଂଗ୍ରେସ ନେତାଙ୍କ ଅଭିଯୋଗ ଉପରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶକ୍ତିସିଂହ ଗୋହିଲ କହିଛନ୍ତି ଯେ ଭୂପେନ୍ଦ୍ର ଝାଲା ନାମକ ଏହି ବିଜେପି କର୍ମୀ ଲୋକଙ୍କୁ ୨ ବର୍ଷରେ ଟଙ୍କା ଡବଲ କରିବ କହି ପ୍ରାୟ ୬ ହଜାର କୋଟି ନେଇ ଫେରାର ହୋଇଯାଇଛନ୍ତି ।
ଗୋହିଲ ଗଣମାଧ୍ୟମକୁ କହିଛନ୍ତି, ବିଜେପିର ସଦସ୍ୟ ହୁଅନ୍ତୁ, ତା'ପରେ ଲୁଟ୍ ଓ ଦୁର୍ନୀତି ପାଇଁ ଲାଇସେନ୍ସ ନିଅନ୍ତୁ। ବିଜେପି ନେତା ଭୂପେନ୍ଦ୍ର ଝାଲା ଏକ କମ୍ପାନୀ ଗଠନ କରି ଦୁଇ ବର୍ଷ ମଧ୍ୟରେ ଟଙ୍କା କୁ ଦ୍ୱିଗୁଣିତ କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ । କୃଷକ, ଗରିବ, ପେନସନଭୋଗୀ ମାନେ ତାଙ୍କ କଥାରେ ପଡ଼ିଥିଲେ ଏବଂ ସମସ୍ତେ ତାଙ୍କ ଯୋଜନାରେ ଟଙ୍କା ନିବେଶ କରିଥିଲେ । ଏହିପରିଭାବେ ଲୋକଙ୍କ ୬ ହଜାର କୋଟି ଟଙ୍କା ନେଇ ନିଖୋଜ ହୋଇଯାଇଛନ୍ତି ଝାଲା ।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଗୁଜରାଟର ସିଆଇଡି ଭୂପେନ୍ଦ୍ରଙ୍କ କମ୍ପାନି ବିଜେଡ୍ ଫାଇନାନ୍ସିଆଲ ସର୍ଭିସେସର କେତେକ ଅଫିସ ଉପରେ ଚଢାଉ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/02/n3i04CkC2qZfsVZt2k5x.jpeg)