ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ହୋଇଥିବା ଶୋଚନୀୟ ପରାଜୟରୁ କଂଗ୍ରେସ ଏପର୍ଯ୍ୟନ୍ତ ଉଧୁରି ପାରିନାହିଁ । ଏବେ ଦଳ ଫଳାଫଳକୁ ସହଜରେ ଗ୍ରହଣ କରିପାରୁନାହିଁ । ଦଳ ଏବେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଏକ ଅଭିଯୋଗ ନିର୍ବାଚନ କମିସନଙ୍କ ନିକଟରେ କରିଛି ।
ଦଳ ଅଭିଯୋଗ କରିଛି ଯେ ଭୋଟର ତାଲିକାରୁ ମନଇଚ୍ଛା ଭୋଟରମାନଙ୍କ ନାଁ କଟାଯାଇଛି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୧୦ ହଜାର ଭୋଟ ଯୋଡ଼ାଯାଇଛି । ଏହିପରିଭାବେ ଜୁଲାଇ ୨୦୨୪ରୁ ନଭେମ୍ବର ୨୦୨୪ ମଧ୍ୟରେ ରାଜ୍ୟରେ ମୋଟ ୪୭ ଲକ୍ଷ ନୂଆ ଭୋଟର ସାମିଲ କରାଯାଇଛି ।

କଂଗ୍ରେସ ମଧ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ଦଳ କହିଛି ଯେ ୨୧ ନଭେମ୍ବର, ୨୦୨୪ ଅପରାହ୍ନ ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୫୮.୨୨% ମତଦାନ ହୋଇଥିଲା, ଯାହା ରାତି ସାଢ଼େ ୧୧ଟା ସୁଦ୍ଧା ୬୫.୦୨% କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ଚୂଡ଼ାନ୍ତ ରିପୋର୍ଟରେ ୬୬.୦୫% ମତଦାନ ରେକର୍ଡ କରାଯାଇଛି, ଯାହା ଗଣତି ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଘୋଷଣା କରାଯାଇଥିଲା । ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ମାତ୍ର ଏକ ଘଣ୍ଟା ମଧ୍ୟରେ ପାଖାପାଖି ୭୬ ଲକ୍ଷ ଭୋଟ୍ ପଡ଼ିଛି ବୋଲି ଚିଠିରେ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/29/0V4qNRUOOkqN2J9grtZU.jpeg)