କୁରୁକ୍ଷେତ୍ର(ହରିଆଣା): ଲଦାଖ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନୀ ସେନା ସହ ଭାରତୀୟ ଯବାନଙ୍କ ମୁହାଁମୁହିଁ ସ୍ଥିତି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ଜଣେ ଭୀରୁ ବୋଲି ଅଭିହିତ କରିଛନ୍ତି। ଏଥି ସହିତ କଂଗ୍ରେସ ଯଦି ଶାସନରେ ଥାଆନ୍ତା, ୧୫ ମିନିଟ୍ରେ ଚୀନ୍ ସୈନିକମାନଙ୍କୁ ସେଠାରୁ ଫିଙ୍ଗି ଦେଇଥାନ୍ତା ବୋଲି ମଧ୍ୟ ରାହୁଲ ବାହାସ୍ଫୋଟ ମାରିଛନ୍ତି। କଂଗ୍ରେସର ପ୍ରାକ୍ତନ ଅଧ୍ୟକ୍ଷ ରାହୁଲଙ୍କ 'କ୍ଷେତ ବଞ୍ଚାଅ ଅଭିଯାନ'ର ଅଂଶସ୍ବରୂପ ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କହିଥିଲେ ଯେ ଆମ ଜାଗା କେହି ନେଇନାହାନ୍ତି ବୋଲି ‘ଭୀରୁ’ ମୋଦୀ କହି ଚାଲିଛନ୍ତି।
କଂଗ୍ରେସ ୧୫ ମିନିଟ୍ରେ ଚୀନ୍କୁ ଫିଙ୍ଗି ଦେଇଥାନ୍ତା: ରାହୁଲ
/sambad/media/post_attachments/wp-content/uploads/2020/08/rahul-gandhi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)