ହାଓଡି ମୋଦୀ କାର୍ଯ୍ୟକ୍ରମ ପାଇଁ ଟେକ୍ସାସକୁ କାହିଁକି ବାଛିଲେ ମୋଦୀ ?

ହଷ୍ଟନ : ଆଜି ଆମେରିକାର ଟେକ୍ସାସ ରାଜ୍ୟର ହଷ୍ଟସ ସହରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହି ସଭା ହାଓଡି ମୋଦୀ ନାମରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ସଭା ଟେକ୍ସାସରେ ହେବାନେଇ ଏକ ସାଂକେତିକ ଗୁରୁତ୍ୱ ରହିଛି । କାରଣ ଆମେରିକାର ଏହି ରାଜ୍ୟ ସହ ଭାରତର ଜମ୍ମୁ ଓ କଶ୍ମୀର ମଧ୍ୟରେ କେତେକ ଅଦ୍ଭୁତ ସଂପର୍କ ରହିଛି । ଆମେରିକାର ଇତିହାସକୁ ଦେଖିଲେ ଏହା ଜଣାପଡେ ।

କଶ୍ମୀର ପରି ଟେକ୍ସାସ ମୂଳରୁ ଆମେରିକାର ଏକ ଅଂଶ ନଥିଲା । ଏହା ମେକ୍ସିକୋର ଏକ ଅଂଶ ଥିଲା । ୧୮୩୬ରେ ଏହା ମେକ୍ସିକୋ ବିରୋଧରେ ଆନ୍ଦୋଳନ କରି ସ୍ୱାଧୀନ ହୋଇଗଲା ଓ ନିଜକୁ ରିପବ୍ଲିକ ଅଫ ଟେକ୍ସାସ ବୋଲି କହିଲା । ଆମେରିକା ଜନ୍ମିତ ସାମୁଏଲ ହଷ୍ଟନଙ୍କ ନେତୃତ୍ୱରେ ଟେକ୍ସାସ ଏହି ଆନ୍ଦୋଳନ କରି ସ୍ୱାଧୀନ ହୋଇଥିଲା । ତେବେ କିଛି ବର୍ଷ ସ୍ୱାଧୀନ ରହିବା ପରେ ଆମେରିକାରେ ମିଶିବାକୁ ଟେକ୍ସାସ ସଂସଦରେ ଏକ ରିଜୋଲୁସନ ପାଶ କରିଥିଲେ । ଏହାକୁ ୟୁଏସ କଂଗ୍ରେସ ଗ୍ରହଣ କରିବା ପରେ ଟେକ୍ସାସ ଆମେରିକାର ୨୮ ତମ ରାଜ୍ୟରେ ପରିଣତ ହେଲା ।

ସମ୍ବନ୍ଧିତ ଖବର