ବିବାହ ନକରିବାରୁ ଇନ୍ସପେକ୍ଟରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ କନଷ୍ଟେବଳଙ୍କ ପତ୍ନୀ

ଝାନସୀ : ଜଣେ ପୁଲିସ ହେଡ୍ କନେଷ୍ଟବଳଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛନ୍ତି ଉତ୍ତରପ୍ରଦେଶ ପୁଲିସର ଜଣେ ଇନ୍ସପେକ୍ଟର ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଝାନସୀର ନଓ୍ବାବାଦ ଥାନାରେ ଅବସ୍ଥାପିତ ଥିଲେ । ନିକଟରେ ଝାନସୀକୁ ବଦଳି ହୋଇଆସିଥିବା ଜଣେ ହେଡ କନେଷ୍ଟବଳଙ୍କ ପତ୍ନୀଙ୍କୁ ସେ ଦୁଷ୍ମର୍ମ କରିବା ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଇନ୍ସପେକ୍ଟର ତାଙ୍କ ସହ ଯୌନ ସଂପର୍କ ରଖିଥିଲେ । ଏହି କାରଣରୁ ସେ ନିଜର କନେଷ୍ଟବଳ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ରାଜି ଥିଲେ । କିନ୍ତୁ ପରେ ଅଭିଯୁକ୍ତ ବିବାହ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ । ଏହାକୁ ନେଇ ପୀଡ଼ିତା ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ନାମ ପ୍ରକାଶ ନକରି ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସଂପର୍କ ଥିଲା । କିନ୍ତୁ ମହିଳା ଜଣକ ଜଣେ କନେଷ୍ଟବଳଙ୍କୁ ବିବାହ କରିବା ପରେ ସଂପର୍କରେ ବିରାମ ଲାଗିଥିଲା । କିନ୍ତୁ ସଂପୃକ୍ତ କନେଷ୍ଟବଳ ଝାନସୀକୁ ବଦଳି ହୋଇ ଆସିବା ପରେ ଇନ୍ସପେକ୍ଟର ଓ ପୀଡ଼ିତାଙ୍କ ମଧ୍ୟରେ ପୁଣି ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।

ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଝାନସୀ ଏସଏସପି ଶିବହରି ମୀନା କହିଛନ୍ତି ।

 

ସମ୍ବନ୍ଧିତ ଖବର