ମୁମ୍ବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚାଲିଥିବା ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରୁଛି। ଫେବ୍ରୁଆରି ୧୯ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲେ ହେଁ ଏହାର ଆନୁଷ୍ଠାନିକ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ସେପଟେ ଏ ସଂପର୍କରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହେଉଛି ଯେ ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ପରିବର୍ତ୍ତେ ଟି-୨୦ ଫର୍ମାଟ ହୋଇପାରେ ।
ଆଇସିସି ଗାଇଡଲାଇନ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ୧୦୦ ଦିନ ପୂର୍ବରୁ ଘୋଷଣା ହେବା କଥା। ଯଦି ୨୦୨୫ ଫେବ୍ରୁଆରି ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୁଏ, ତେବେ ୨୦୨୪ ନଭେମ୍ବର ୧୨ ତାରିଖ ସୁଦ୍ଧା କାର୍ଯ୍ୟସୂଚୀ ଘୋଷଣା ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା ହୋଇନାହିଁ । ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବା ବିଳମ୍ବିତ ହୋଇଛି । ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିବା ପରେ ଏହି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ ଆୟୋଜନ ପାଇଁ ମଧ୍ୟ ଚର୍ଚ୍ଚା ହେଉଛି । ଏହା ମାଧ୍ୟମରେ ପାକିସ୍ତାନରେ ୧୦ଟି ମ୍ୟାଚ ଓ ୟୁଏଇରେ ୫ଟି ମ୍ୟାଚ ଆୟୋଜନ ହେବ । କିନ୍ତୁ ଏପରି ମଡେଲ ଭାରତରେ ଆୟୋଜନ ହେବାକୁ ଥିବା ଭବିଷ୍ୟତ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ବି ଲାଗୁ ହେଉ ବୋଲି ପାକିସ୍ତାନ ଜିଦ କରିବା ପରେ ଅଚଳାବସ୍ଥା ଲାଗି ରହିଛି । ଏବେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ହିଁ ଜଣାପଡ଼ିବ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ କେଉଁଠି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/5JybDI8u5FFHmwEbTFES.jpg)