କୋରାନ୍‌ ସଂକ୍ରାନ୍ତ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ, ଆବେଦନକାରୀଙ୍କୁ ୫୦ ହଜାର ଜରିମାନା

ନୂଆଦିଲ୍ଲୀ: ମୁସଲିମ ଧର୍ମଗ୍ରନ୍ଥ କୋରାନ୍‌ର ନିର୍ଦ୍ଦିଷ୍ଟ୨୬ଟି ଶ୍ଳୋକ (ଆୟାତ)କୁ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥି ସହିତ ଆବେଦନକାରୀ ତଥା ଉତ୍ତରପ୍ରଦେଶର ସିଆ ​କେନ୍ଦ୍ରୀୟ ଵାକଫ୍‌ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ସୟଦ ଵାସିମ ରିଜ୍‌ବିଙ୍କ ଉପରେ ଅଦାଲତ ଏଭଳି ଆବେଦନ ପାଇଁ ୫୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ମାମଲାରେ ରିଜ୍‌ବି ଦର୍ଶାଇଥିଲେ ଯେ ସଂପୃକ୍ତ ୨୬ଟି ଶ୍ଳୋକ ମୂଳ କୋରାନ୍‌ର ଅଂଶବିଶେଷ ନୁହେଁ। ଏହାକୁ ପରବର୍ତ୍ତୀ ସଂସ୍କରଣମାନଙ୍କରେ ଯୋଡ଼ାଯାଇଥିବା ବେଳେ ସେଗୁଡ଼ିକ ହିଂସାକୁ ପ୍ରଚୋଦିତ କରିବା ସହ ଆତଙ୍କବାଦ ଓ ଜିହାଦ ଆଦିକୁ ପ୍ରୋତ୍ସାହିତ କରୁଛି। ତେବେ ଅନେକ ସଂଗଠନ ରିଜ୍‌ବିଙ୍କୁ ଏଥିପାଇଁ ସମାଲୋଚନା କରିଥିଲେ। ମାମଲାର ଆଜି ଶୁଣାଣି ବେଳେ ଏଭଳି ଆବେଦନ ପୂରା ତୁଚ୍ଛ ବୋଲି ଜଷ୍ଟିସ ଆର୍‌ ନରିମାନ୍‌ଙ୍କ ଖଣ୍ଡପୀଠ କହିବା ସହ ତାହାକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର