ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ବିପକ୍ଷ ଦଳ ସବୁ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ବାହାର କରିଦେବେ ବୋଲି ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଅନେକ ବଡ଼ ବଡ଼ ନେତା ମୋଦୀଙ୍କୁ ପୂର୍ବରୁ ଟାର୍ଗେଟ କରି ସାରିଥିବା ବେଳେ ଏବେ କଂଗ୍ରେସ ନେତା ସଲମାନ ଖୁର୍ଶିଦ୍ ମୋଦୀଙ୍କୁ ଟୁଇଟ୍ କରି ଟାର୍ଗେଟ କରିଛନ୍ତି ।
The count down has begun for Modi: 16 days and no more. Soon rats will jump the sinking ship. Five horrible years to end. Jai Ho Democracy. He did his best to debase and defile it but truth prevails. We shall overcome!
— Salman Khurshid (@salman7khurshid) May 7, 2019
ମଙ୍ଗଳବାର ଟୁଇଟ୍ କରି ସେ ଲେଖିଛନ୍ତି, ମୋଦୀଙ୍କ ସମୟର ଗଣନା ଆରମ୍ଭ ହୋଇ ଯାଇଛି । ଆଉ ମାତ୍ର ୧୬ଦିନ ପରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯିବ । ଖୁବ୍ ଶୀଘ୍ର ବୁଡ଼ି ଯାଉଥିବା ଡ଼ଙ୍ଗାରୁ ମୁଷାମାନେ ଡ଼େଇଁବେ । ଭୟାନକ ୫ବର୍ଷ ଏବେ ଶେଷ ହେବାକୁ ଯାଉଛି । ଲୋକତନ୍ତ୍ରର ଜୟ ହେଉ । ୫ବର୍ଷ ମଧ୍ୟରେ ମୋଦୀ କେବଳ ସମାଜକୁ ନଷ୍ଟ କରିବାର ପ୍ରୟାସ କରି ଆସିଛନ୍ତି । କିନ୍ତୁ ଶେଷରେ ସତ ସବୁବେଳେ ଜିତେ ଏବଂ ଜିତିବ ମଧ୍ୟ ବୋଲି ଲେଖିଥିଲେ ସଲମାନ ଖୁର୍ଶିଦ୍ ।