ସୁରକ୍ଷା ତ୍ରୁଟି ଯୋଗୁଁ ଦେଶ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରାଇଛି: ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାଉତ ପଂଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ପ୍ରସଙ୍ଗରେ କହିଛନ୍ତି ଯେ, ସୁରକ୍ଷା ତ୍ରୁଟି ଯୋଗୁଁ ଦେଶ ପୂର୍ବରୁ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରାଇଛି। ତେଣୁ ପଂଜାବରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ଯେଭଳି ଅଟକାଗଲା ତାହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଉଚିତ।

ସଞ୍ଜୟ ରାଉତ ଟ୍ବିଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ଅଟନ୍ତି ଏବଂ ତାଙ୍କ ସୁରକ୍ଷାକୁ ନେଇ କୌଣସି ସାଲିସ ହୋଇପାରିବ ନାହିଁ। ମୋଦୀଙ୍କ ପଂଜାବ ଗସ୍ତ ସମୟରେ ଘଟିଥିବା ସୁରକ୍ଷା ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଉତ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର