ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଜରୁରୀକାଳୀନ ପରିସ୍ଥିତି ସମୟର ବର୍ବରତା ଓ ଏହା ବିରୋଧରେ ଲୋକଙ୍କ ସଂଗ୍ରାମ ସଂପର୍କରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ, ସେମାନଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହି ସମୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଥିଲା ଏବଂ ଭାରତର ଲୋକଙ୍କ ଉପରେ ବର୍ବର ଅତ୍ୟାଚାର ହୋଇଥିଲା। ଜରୁରିକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରାଯାଇଥିଲା। ଯେଉଁମାନେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସାହସିକତାର ସହ ଲଢ଼ିଥିଲେ ସେମାନଙ୍କୁ ଆମେ ମନେ ରଖିବା ଉଚିତ। ଏହା ଆମକୁ ସମ୍ବିଧାନର ସୁରକ୍ଷା ପାଇଁ ସତର୍କ ରହିବାକୁ ପ୍ରେରଣା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜରୁରୀ ପରିସ୍ଥିତି ସମୟରେ ଭାରତୀୟମାନେ ଗଣତନ୍ତ୍ର ସହ ସାଲିସ କରିବାକୁ ମନା କରିଦେଇଥିଲେ। ଶେଷରେ ଲୋକମାନେ ବିଜୟୀ ହେଲେ ଏବଂ ଜରୁରିକାଳୀନ ପରିସ୍ଥିତି ଉଚ୍ଛେଦ ହେଲା। ଏହା ଆମ ପାଇଁ ସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜିର ପ୍ରସାରଣରେ ପ୍ରଧାନମନ୍ତ୍ରୀ ଯୋଗ ଦିବସ ବିଷୟରେ ମଧ୍ୟ ଉଲ୍ଲେଖ କରିବା ସହ ଏହାର ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ସମସ୍ତେ ଯୋଗର ଶକ୍ତିରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ଏଥର ମଧ୍ୟ ଜୁନ୍ ୨୧ରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ରେ ସାରା ବିଶ୍ୱର କୋଟି କୋଟି ଲୋକ ଅଂଶଗ୍ରହଣ କରିଥିଲେ। ୧୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଯୋଗ ଦିବସ ଏବେ ଅତ୍ୟନ୍ତ ଭବ୍ୟ ରୂପ ନେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ)ର ଏକ ରିପୋର୍ଟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଆଜି ଭାରତର ଅଧିକାଂଶ ଜନସଂଖ୍ୟା ସାମାଜିକ ସୁରକ୍ଷା ସୁବିଧାର ଫାଇଦା ପାଉଛନ୍ତି। ଆଇଏଲ୍ଓର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଆସିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଜନସଂଖ୍ୟାର ୬୪% ରୁ ଅଧିକ ଲୋକ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ଲାଭ ପାଉଛନ୍ତି।’
ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିବା ଲୋକଙ୍କୁ ଦେଶ ପ୍ରତ୍ୟାଖ୍ୟାନ କରିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଜରୁରୀକାଳୀନ ପରିସ୍ଥିତି ସମୟର ବର୍ବରତା ଓ ଏହା ବିରୋଧରେ ଲୋକଙ୍କ ସଂଗ୍ରାମ ସଂପର୍କରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଦେଶରେ ଜରୁରିକାଳୀ...
/sambad/media/media_files/2025/06/30/pzcvgafds-2025-06-30-06-54-40.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)