ଦେଶରେ ପ୍ରଥମ ସାଇଟୋମେଗାଲୋ ଭାଇରସ୍‌ ମାମଲା ଜଣେ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବାପରେ ମଧ୍ୟ ଅନେକ ସ୍ବାସ୍ଥ୍ୟ ସଙ୍କଟ ଦେଖା‌ଦେଉଛି। ତେବେ ପ୍ରଥମ କରି ଦେଶରେ ସାଇଟୋମେଗାଲୋଭାଇରସ୍‌ ମାମଲା ରିପୋର୍ଟ କରାଯାଇଛି। ଦିଲ୍ଲୀରେ କରୋନାରୁ ସୁସ୍ଥ ହୋଇଥିବା ୫ ରୋଗୀ ଏହି ସାଇଟୋମେଗାଲୋଭାଇରସ୍‌ ତଥା ସିଏମ୍‌ଭିରେ ଆକ୍ରାନ୍ତ। ଉକ୍ତ ୫ ରୋଗୀ ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ରୋଗପ୍ରତିରୋଧକ ଶକ୍ତି ଥାଇ ମଧ୍ୟ ୫ ରୋଗୀ ସିଏମ୍‌ଭିରେ ଆକ୍ରାନ୍ତ ଅଛନ୍ତି। ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲ୍‌ର ଚେୟାରମ୍ୟାନ୍‌ ପ୍ରଫେସର ଅନିଲ ଆରୋରା କହିଛନ୍ତି, ସାଇଟୋମେଗାଲୋଭାଇରସ୍‌ ଏକ ସାଧାରଣ ଭାଇରସ୍‌ ଏବଂ ଏହା ଶରୀରରେ ନିଷ୍କ୍ରିୟ ହୋଇ ରହିଥାଏ।

ତେବେ ଏହା କୋଭିଡ୍‌ ରୋଗୀଙ୍କର ପାକସ୍ଥଳିରେ ଯନ୍ତ୍ରଣା ସାଙ୍ଗକୁ ମଳରେ ରକ୍ତ ସ୍ରାବ କରାଉଛି। କିଛି ରୋଗୀଙ୍କଠାରେ କରୋନା ସଂକ୍ରମିତ ହେବାର ୨୦-୩୦ ଦିନ ପରେ ଏହି ଜଟିଳତା ଦେଖାଦେଇଛି। ଡାକ୍ତର ଆରୋରା କହିଛନ୍ତି, କରୋନା ଭାଇରସ୍‌ ଏବଂ ଏହାର ଚିକିତ୍ସାରେ ବ୍ୟବହୃତ ଔଷଧ ରୋଗୀର ରୋଗପ୍ରତିରୋଧକ ଶକ୍ତିକୁ ଦବାଇ ଦେଉଛି। ଏହାଦ୍ବାରା ରୋଗୀ ଅତି ସହଜରେ ଅସାଧାରଣ ସଂକ୍ରମଣରେ ପୀଡ଼ିତ ହେଉଛି। ସିଏମ୍‌ଭି ୮୦ରୁ ୯୦ ପ୍ରତିଶତ ଭାରତୀୟ ଜନସଂଖ୍ୟାଙ୍କ ମଧ୍ୟରେ ଲକ୍ଷଣବୀହିନ ଭାବେ ରହିଛି।

ସମ୍ବନ୍ଧିତ ଖବର