ୟୁପିର କେଜିଏମ୍‌ୟୁରେ ଖୋଲିଲା ଦେଶର ସବୁଠାରୁ ବଡ଼ ପ୍ଲାଜ୍‌ମା ବ୍ୟାଙ୍କ

ଲକ୍ଷ୍ନୌ: ଲକ୍ଷ୍ନୌର କିଙ୍ଗ୍‌ ଜର୍ଜ ମେଡିକାଲ କଲେଜ (କେଜିଏମ୍‌ୟୁ)ରେ ଦେଶର ସବୁଠାରୁ ବଡ଼ ପ୍ଲାଜ୍‌ମା ବ୍ୟାଙ୍କ ଖୋଲାଯାଇଛି। ଏଠାରେ ୮୩୦ ୟୁନିଟ୍ ପ୍ଲାଜ୍‌ମା ସଂଗ୍ରହ କରାଯାଇ ପାରିବ। କେଜିଏମ୍‌ୟୁର ଶତାବ୍ଦୀ ଭବନରେ ଥିବା ବ୍ଲଡ ବ୍ୟାଙ୍କ ନିକଟରେ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପନ କରାଯାଇ କାର୍ଯ୍ୟାରମ୍ଭ ହୋଇଛି। ଏଠାରେ କରୋନାକୁ ହରାଇଥିବା ୪୫ ଜଣ ଯୋଦ୍ଧା ପ୍ଲାଜ୍‌ମା ଦାନ କରିଥିବାବେଳେ ୨୪ ଜଣ କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଦିଆଯାଇଛି। ଏଠାରେ ଗୋଟିଏ ଦିନରେ ୧୨୦ ଜଣ ପ୍ଲାଜ୍‌ମା ଦାନ କରିପାରିବେ।

ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ପାଖାପାଖି ୧ ଘଣ୍ଟା ସମୟ ଲାଗିଥାଏ। କରୋନାରେ ଆକ୍ରାନ୍ତ ରୋଗୀ ସୁସ୍ଥ ହେବାର ୧୪ ଦିନ ପରେ ପ୍ଲାଜ୍‌ମା ଦାନ କରିପାରିବେ। ଏହାଛଡ଼ା ଯେଉଁ କରୋନା ରୋଗୀଙ୍କ ଟେଷ୍ଟ ପରେ ଆଣ୍ଟିବଡି ମିଳିବ ସେମାନେ ମଧ୍ୟ ପ୍ଲାଜ୍‌ମା ଦାନ କରିପାରିବେ। ଡିପ୍‌ ଫ୍ରିଜ୍‌ରେ ପ୍ଲାଜ୍‌ମା ୧ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ଅନ୍ୟ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ପ୍ଲାଜ୍‌ମା ଏଠାରୁ ନିଆଯାଇ ପାରିବ ।

ସମ୍ବନ୍ଧିତ ଖବର