ନୂଆଦିଲ୍ଳୀ: ପୁଣି ଘୁଞ୍ଚିଲା ଭିନେଶ ଫୋଗାଟଙ୍କ ଶୁଣାଣି । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭିନେଶ ଫୋଗାଟଙ୍କ ଶୁଣାଣି କରିବେ କୋର୍ଟ । ତେବେ ଗତକାଲି ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣି କରିଥାନ୍ତେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସ ବା କ୍ୟାସ୍ । ହେଲେ ବର୍ତ୍ତମାନ ଏହାକୁ ଘୁଞ୍ଚାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଏଥର ଅଲିମ୍ପିକ୍ସରେ ୫୦ କେଜି ବର୍ଗ କୁସ୍ତିରେ ଫାଇନାଲରେ ପହଞ୍ଚିଥିଲେ ଭାରତର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ । ହେଲେ ଫାଇନାଲ ପୂର୍ବରୁ କିନ୍ତୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଧାର୍ଯ୍ୟ ଓଜନଠାରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ଖେଳିବାକୁ ଦିଆଯାଇନଥିଲା । ଏହାପରେ ଭିନେଶ ଏହି ମାମଲାରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସକୁ ଯାଇଥିଲେ ।
କାସ୍ରେ ଭିନେଶ ଫୋଗଟ୍ଙ୍କ ମାମଲାର ରାୟ ଘୁଞ୍ଚିଘୁଞ୍ଚି ଯାଉଥିଲେ ବି ଭାରତବାସୀ ଆଶା ହରାଇ ନାହାନ୍ତି। ପ୍ୟାରିସ ଅଲିମ୍ପିକ୍ସରୁ ବାହାରିବା ପରେ ବିନେଶ ଫୋଗାଟ କୋର୍ଟ ଅଫ୍ ଆବ୍ରିଟ୍ରେସନ ଅଫ୍ ସ୍ପୋର୍ଟସ (ସିଏଏସ୍)ରେ ଲଢ଼େଇ ଜାରି ରଖିଛନ୍ତି । ଭିନେଶ ରୌପ୍ୟ ପଦକ ପାଇବେ କି ନାହିଁ ଏହାକୁ ନେଇ ଏବେ ବି ସନ୍ଦେହ ରହିଛି।
ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ,ଭିନେଶ ଫୋଗାଟଙ୍କ ଆଇନଜୀବୀ ସିଏଏସ୍ ସମ୍ମୁଖରେ ଓଜନ ବୃଦ୍ଧି ହେବାର କାରଣ ଉପସ୍ଥାପନ କରିଛନ୍ତି। ଚମ୍ପ ଡେ ମାର୍ସ ଆରେନାରେ କୁସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଭଳି ପରିସ୍ଥିତିରେ ଚମ୍ପ ଡେ ମାର୍ସ ଆରେନା ଏବଂ ଅଲିମ୍ପିକ ସ୍ପୋର୍ଟସ ଗ୍ରାମ ମଧ୍ୟରେ ଅଳ୍ପ ଦୂରତା ଯୋଗୁ ଭିନେଶ ତାଙ୍କ ଓଜନ ହ୍ରାସ କରିପାରି ନଥିଲେ ବୋଲି ଆଇନଜୀବୀ କୋର୍ଟଙ୍କୁ କହିଛନ୍ତି।