ନୂଆଦିଲ୍ଲା: ସିପିଏମ୍ ନେତା ସୀତାରାମ ୟେରୁରୀ କହିଛନ୍ତି ଯେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍) ଏବେ କୋଭିଡ୍ ଟିକା ବିକଶିତ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିବା ପଛରେ ଅନ୍ୟ ଉଦ୍ଦେଶ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନତା ଦିବସ ସମାରୋହରେ ଏହି ଟିକା ସଂପର୍କରେ ଯେଭଳି ଘୋଷଣା କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆଇସିଏମ୍ଆର୍ ଟିକା ବିକଶିତ କରିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଏ ବାବଦରେ ଗବେଷଣା କୌଣସି ଆଦେଶ ମୁତାବକ ହୋଇପାରିବ ନାହିଁ ଏବଂ ନିର୍ଦ୍ଧରିତ ପ୍ରକ୍ରିୟା ଦେଇ ଗବେଷଣା ଏବଂ ପ୍ରୟୋଗ ହେବା ଉଚିତ ବୋଲି ୟେଚୁରୀ କହିଛନ୍ତି। କରୋନା ଟିକା ପାଇଁ ସମଗ୍ର ବିଶ୍ବ ଅପେକ୍ଷା କରିଛି। ତେବେ ଭାରତରେ ଏହି ଟିକା ବାହାର କରିବା ପ୍ରକ୍ରିୟା ଅଚାନକ ତ୍ବରାନ୍ବିତ ହେବା ପଛରେ ଆଗାମୀ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ହିଁ ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପାଇଁ କୋଭିଡ ଟିକା ପ୍ରକ୍ରିୟା ତ୍ବରାନ୍ବିତ ହେଉଛି: ୟେଚୁରୀ
/sambad/media/post_attachments/wp-content/uploads/2020/06/Coronavirus_PTI_Picture-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)