ସଂସଦକୁ ହିଂସା ସଂସ୍କୃତି ଆସିଛି: ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ : ତୃଣମୂଳ ରାଜ୍ୟସଭା ସାଂସଦ ଡ. ଶାନ୍ତନୁ ସେନ୍‌ ଗତକାଲି ପେଗାସସ୍‌ ମାମଲାରେ ସଂସଦରେ ଘଟାଇଥିବା ଅଶୋଭନୀୟ କାଣ୍ଡକୁ ଆଜି ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଡ଼ା ସମାଲୋଚନା କରିଛନ୍ତି। ଗତକାଲି ରାଜ୍ୟସଭାରେ ଟିଏମ୍‌ସି ଯେଉଁ ହଙ୍ଗାମା କରିଥିଲା ତାହା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପ୍ରତି ଆଘାତ ବୋଲି ବୈଷ୍ଣବ କହିଛନ୍ତି। ଟିଏମ୍‌ସି ସଂସଦକୁ ହିଂସା ସଂସ୍କୃତି ଆଣିଛି ଏବଂ ସଂସଦର ମର୍ଯ୍ୟାଦା ପ୍ରତି ଏହା ଏକ ବଡ଼ ଆହ୍ବାନ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଗତକାଲି ସାଂସଦ ସେନ୍‌ ଆଇଟି ମନ୍ତ୍ରୀଙ୍କ ହାତରୁ ଏକ ରିପୋର୍ଟ ଟାଣିଆଣି ଚିରିବା ସହ ତାହାକୁ ଗୃହରେ ଉଡ଼ାଇଥିଲେ। ମୌସୁମୀ ଅଧିବେଶନର ଅବିଶିଷ୍ଟ କାର୍ଯ୍ୟଦିବସ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର