କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ମାନବ ଜୀବନକୁ ଯେତିକି ସହଜ କରିଛି ସେତିକି ଅସୁବିଧାରେ ମଧ୍ୟ ପକାଇଛି । କିନ୍ତୁ ଆଗକୁ କଣ ଏହା ମାନବ ଜାତିର ବିନାଶର କାରଣ ହେବ ? ଏହି ପ୍ରଶ୍ନ ଅନେକ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଦେଇଛି।
ନ୍ୟୁୟର୍କ ଟାଇମ୍ସରେ ଷ୍ଟିଫେନ ଓ୍ବିଟଙ୍କ ପ୍ରବନ୍ଧ ପ୍ରକାଶ ପାଇଛି । ତାହାର ନାଁ ହେଉଛି The A.I. Prompt That Could End the World ( ଏକ ଏଆଇ ପ୍ରମ୍ପଟ ବିଶ୍ବର ବିନାଶ କରିପାରେ ) । ଏହି ଲେଖାରେ ଲେଖକ ମଣ୍ଟ୍ରିଲ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ତଥା ବିଶ୍ବର ଜଣେ ପ୍ରଖ୍ୟାତ ଏଆଇ ବୈଜ୍ଞାନିକ ଯୋସୁଆ ବେଞ୍ଜିଓଙ୍କ ସଂପର୍କିତ ଏକ ଘଟଣାର ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ ଗତ ବର୍ଷ ପ୍ରଫେସର ବେଞ୍ଜିଓ ତାଙ୍କୁ କହିଥିଲେ ଯେ ଏଆଇ କଥା ଭାବି ତାଙ୍କୁ ରାତିରେ ନିଦ ହେଉନାହିଁ । ସେ ମାନବଜାତିର ଭବିଷ୍ୟତ କଥା ଭାବି ଶୋଇପାରୁନାହାନ୍ତି । ସେ ଆଶଙ୍କା କରୁଛନ୍ତି ଏଆଇ ବୋଧହୁଏ ଗୋଟେ ଅତ୍ୟନ୍ତ ଘାତକ ଭୁତାଣୁ ସୃଷ୍ଟି କରିପାରିବ । ଯେପରିକି ସୁପର କୋରନା ଭୁତାଣୁ । ଏମିତି ଏକ ଘାତକ ଭୁତାଣୁ ଯାହାକି ସମଗ୍ର ମାନବଜାତିର ଲୋପ କରିଦେବ । କିନ୍ତୁ ପ୍ରଫେସର ବେଞ୍ଜିଓଙ୍କ ଏହି ଆଶଙ୍କା ସହ ଏକମତ ନାହାନ୍ତି ମେଟା କମ୍ପାନିର ଏଆଇ ଗବେଷକ ୟାନ ଲେକୁନ । ସେ କହିଛନ୍ତି ଯେ ଏପରି ହେବାର ଆଶଙ୍କା କମ ।
ମାନବଜାତି ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏକ ଗୁରୁତର ବିପଦ ହେବାର ଆଶଙ୍କା ରହିଛି। ଏଆଇର ଦ୍ରୁତ ବିକାଶ ଜୀବନକୁ ସହଜ କରିଥିଲେ ମଧ୍ୟ, ଏହା ଅନେକ ବିପଦ ମଧ୍ୟ ଆଣିପାରେ। ନିଯୁକ୍ତି ହ୍ରାସ, ଗୋପନୀୟତା ଉଲ୍ଲଂଘନ, ଏବଂ ନୈତିକ ନିୟନ୍ତ୍ରଣର ଅଭାବ ଭଳି ସମସ୍ୟା ସମାଜରେ ଅସ୍ଥିରତା ସୃଷ୍ଟି କରିପାରେ। ଅତ୍ୟାଧୁନିକ ଏଆଇ ଯଦି ଭୁଲ ହାତରେ ପଡ଼େ, ତେବେ ଏହା ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ କିମ୍ବା ସାମାଜିକ ହିଂସାକୁ ଉସ୍କାଇ ପାରେ। ତେଣୁ, ଏଆଇର ବିକାଶ ଓ ବ୍ୟବହାରରେ ନୈତିକ ମାନଦଣ୍ଡ ଓ ନିୟମାବଳୀର ଆବଶ୍ୟକତା ଅତ୍ୟନ୍ତ ଜରୁରୀ, ଯାହା ମାନବଜାତିର ସୁରକ୍ଷା ଓ କଲ୍ୟାଣକୁ ସୁନିଶ୍ଚିତ କରିବ।