ପଶ୍ଚିମବଙ୍ଗକୁ ଦୈନିକ ଟ୍ରେନ୍‌ ସାପ୍ତାହିକ ହେଲା

କୋଲକାତା: କୋଭିଡ୍‌-୧୯ର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ହାଓଡ଼ା, ଦିଲ୍ଲୀ, ମୁମ୍ବାଇ, ଅହମ୍ମବାଦ ମଧ୍ୟରେ ଚଳାଚଳ କରୁଥିବା ଦୈନିକ ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ସପ୍ତାହକୁ ଥରେ ଚାଲିବ। ଏହି ନିୟମ ଆଗାମୀ ୧୦ ତାରିଖରୁ ଲାଗୁ ହେବ । ଜୁନ୍‌ ପହିଲାରୁ ଆରମ୍ଭ ହୋଇଥିବା ୦୨୩୦୩/୦୨୩୦୪ ହାଓଡ଼ା-ନୂଆଦିଲ୍ଲୀ-ହାଓଡ଼ା ସ୍ପେସାଲ (ଭାୟା ପାଟନା) ଏବଂ ୦୨୩୮୧/୦୨୩୮୨ ହାଓଡ଼ା-ନୂଆଦିଲ୍ଲୀ-ହାଓଡ଼ା ସ୍ପେସାଲ (ଭାୟା ଧାନବାଦ) ନୂତନ ସାରଣୀ ଅନୁସାରେ ସପ୍ତାହକୁ ଥରେ ଚାଲିବ। ଦକ୍ଷିଣ ପୂର୍ବ ରେଳର ୦୨୮୩୪/୦୨୮୩୩ ହାଓଡ଼ା-ଅହମ୍ମଦାବାଦ ସ୍ପେସାଲ ଏବଂ ୦୨୮୧୦/୦୨୮୦୯ ହାଓଡ଼ା-ମୁମ୍ବାଇ ସିଏସ୍‌ଏମ୍‌ଟି ସ୍ପେସାଲ ଟ୍ରେନ୍‌ ମଧ୍ୟ ଦୈନିକ ପରିବର୍ତ୍ତେ ସପ୍ତାହକୁ ଥରେ ଚଳାଚଳ କରିବ।

ସମ୍ବନ୍ଧିତ ଖବର