କର୍ଣ୍ଣାଟକ: ମନ୍ଦିରରେ ପ୍ରବେଶ କରିଥିବାରୁ ଏକ ଦଳିତ ପରିବାର ଉପରେ ୩୫ ହଜାର ଟଙ୍କା ଜରିମାନା କରାଯାଇଥିବା ଘଟଣାରେ ପୁଲିସ ପୂଜକ ସମେତ ୫ ଜଣଙ୍କୁ ଅଟକ ରଖିଛି। ଏହି ଘଟଣା କୋପ୍ପଲସ୍ଥିତ ମିୟାପୁରା ଗ୍ରାମରେ ଘଟିଛି। ଚଳିତ ମାସ ପ୍ରଥମ ସପ୍ତାହରେ ଜଣେ ଦଳିତ ବ୍ୟକ୍ତିଙ୍କ ୪ ବର୍ଷର ପୁଅ ନିଜ ଜନ୍ମଦିନରେ ଆଶୀର୍ବାଦ ନେବା ପାଇଁ ହନୁମାନ ମନ୍ଦିର ଯାଇଥିଲା। ଏହାପରେ ମନ୍ଦିରର ପୂଜକ ସମେତ ଗ୍ରାମର ଉଚ୍ଚଜାତି ଲୋକମାନେ ସେହି ଦଳିତ ପରିବାରକୁ ମନ୍ଦିର ଶୁଦ୍ଧ କରିବା ପାଇଁ ହୋମଯଜ୍ଞ ବାବଦକୁ ୨୫ ହଜାର ଏବଂ ମନ୍ଦିରକୁ ସାନିଟାଇଜ୍ କରିବା ପାଇଁ ୧୦ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଏକଘରିକିଆ ହେବା ଭୟରେ ଚନ୍ନାଦାସର ସମ୍ପ୍ରଦାୟର ଦଳିତ ପରିବାର ପକ୍ଷରୁ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇ ନଥିଲା। ହେଲେ ସୋସିଆଲ ୱେଲ୍ଫେୟାର ଆସିଷ୍ଟାଣ୍ଟ ଡାଇରେକ୍ଟର ବାଲଚନ୍ଦ୍ରଙ୍କ ଅଭିଯୋଗକ୍ରମେ କୁସ୍ତଗି ଥାନା ପୁଲିସ ୫ ଜଣଙ୍କୁ ନିଜ ହେପାଜତକୁ ନେଇଛି। ତହସିଲଦାର ଏବଂ ଡିଏସ୍ପି ସେହି ଗ୍ରାଗମକୁ ଯାଇ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମର ବୟସ୍କ ଲୋକମାନେ ଦଳିତ ପରିବାରକୁ କ୍ଷମା ମାଗିବାକୁ କହିବା ସହ ଏଭଳି ଘଟଣା ଭବିଷ୍ୟତରେ ନ ଘଟିବା ପାଇଁ ଗ୍ରାମବାସୀଙ୍କୁ ଚେତାବନୀ ଦେଇଛନ୍ତି।
ମନ୍ଦିରରେ ପ୍ରବେଶ କରିବାରୁ ଦଳିତ ପରିବାରକୁ ୩୫ ହଜାର ଜରିମାନା: ପୂଜକ ସମେତ ୫ ଅଟକ
/sambad/media/post_attachments/wp-content/uploads/2021/09/xfhfssssssssssssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)