ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ରହୁଥିବା ଜଣେ ସାଧାରଣ ଡ୍ରାଇଭର ସଲିମ ଅହମ୍ମଦ ଓରଫ ସଲିମ ପିସ୍ତଲ ଏବେ ଚର୍ଚ୍ଚାରେ । ତାର କାରନାମା ଦେଖି ଦିଲ୍ଲୀ ପୁଲିସ ମୁଣ୍ଡରେ ହାତ ଦେଇଛି । ଉପରକୁ ସେ ଜଣେ ସିଧାସାଧା ବ୍ୟକ୍ତି ଓ ଜଣେ ଡ୍ରାଇଭର ଦେଖାଯାଉଥିବାବେଳେ ତାହାର ପ୍ରକୃତ ରୂପ ଅଲଗା । ସେ ହେଉଛି ଭାରତର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ । ଏପରିକି ଭାରତରେ ଦାଉଦ ଗ୍ୟାଙ୍ଗର ସେ ମୁଖ୍ୟ ହାଣ୍ଡଲର ବୋଲି ପୁଲିସ ଜାଣିବାକୁ ପଇଛି ।
ସଲିମ କେବଳ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲା ଏବଂ ପେଶାରେ ଜଣେ ଡ୍ରାଇଭର ଥିଲା, କିନ୍ତୁ ଏବେ ସେ ପାକିସ୍ତାନର ଆଇଏସଆଇ ଏବଂ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଡି କମ୍ପାନୀର ମୁଖ୍ୟ ହାଣ୍ଡଲର ପାଲଟିଛି। ତାହାର ନେଟଓ୍ବାର୍କ କେବଳ ଭାରତ ନୁହେଁ, ନେପାଳ, ଚୀନ ଓ ଦୁବାଇ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ତେବେ ଏତେବଡ଼ କଳା ସାମ୍ରାଜ୍ୟ ପଛରେ ଡି- କମ୍ପାନି ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ସଂଦେହ କରାଯାଉଛି ।
ସଲିମ କେବଳ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲା ଏବଂ ପେଶାରେ ଜଣେ ଡ୍ରାଇଭର ଥିଲା, କିନ୍ତୁ ଏବେ ସେ ପାକିସ୍ତାନର ଆଇଏସଆଇ ଏବଂ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଡି କମ୍ପାନୀର ମୁଖ୍ୟ ହାଣ୍ଡଲର ପାଲଟିଛି। ତାହାର ନେଟଓ୍ବାର୍କ କେବଳ ଭାରତ ନୁହେଁ, ନେପାଳ, ଚୀନ ଓ ଦୁବାଇ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି।
ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଦ୍ୱାରା ତଦନ୍ତରୁ ଜଣାପଡିଛି ଯେ ସେ କେବଳ ଭାରତର ବଡ଼ ବଡ଼ ଗ୍ୟାଙ୍ଗଷ୍ଟରମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ନଥିଲା, ବରଂ ପାକିସ୍ତାନ ଏବଂ ନେପାଳ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଚାଲାଣ ପାଇଁ ସବୁଠାରୁ ବଡ଼ ଚ୍ୟାନେଲ ମଧ୍ୟ ସ୍ଥାପନ କରିଥିଲା। ସେ ଟ୍ରକର ଟାୟାର ମଧ୍ୟରେ ଓ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଚାଲୁଥିବା ସମଝୌତା ଏକ୍ସପ୍ରେସ ଦେଇ ହତିଆର ଭାରତକୁ ଆଣୁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/23/salim-2025-08-23-22-58-48.jpg)