ବେଟୁଲ : ମଧ୍ୟପ୍ରଦେଶର ବେଟୁଲ ଜିଲ୍ଲାରେ ଡିସେମ୍ବର ୬ ତାରିଖରେ ୪୦୦ ଫୁଟ୍ ଗଭୀର ବୋର୍ୱେଲ୍ରେ ପଡ଼ିଥିବା ୮ ବର୍ଷର ବାଳକ ତନ୍ମୟ ସାହୁକୁ ବଞ୍ଚାଇବାରେ ଉଦ୍ଧାରକାରୀ ଦଳ ବିଫଳ ହୋଇଛି। ଦୀର୍ଘ ୬୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ଉଦ୍ଧାରକାରୀ ଦଳ ତନ୍ମୟକୁ ଉପରକୁ ଆଣିଥିଲେ ମଧ୍ୟ ସେତେବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ତା’ର ଶରୀରକୁ ବେଟୁଲ ଜିଲ୍ଲା ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି। ପଥୁରିଆ ଅଞ୍ଚଳ ହେତୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା, ଯାହା ଫଳରେ ପିଲାଟିକୁ ବଞ୍ଚାଇବା ସମ୍ଭବ ହେଲାନି।
ପିଲାଟି ଏକ ଫାର୍ମରେ ଖେଳୁଥିବା ବେଳେ ସେଠାରେ ଥିବା ଏକ ଅବ୍ୟବହୃତ ୪୦୦ ଫୁଟ୍ ଗଭୀର ପୁରୁଣା ବୋର୍ୱେଲ୍ ଭିତରେ ୫୫ ଫୁଟ୍ ଗଭୀରତାରେ ଠାକି ରହିଥିଲା। ଏକ ସମାନ୍ତରାଳ ଗାତ ଖୋଳି ଶୁକ୍ରବାର ରାତିରେ ପିଲାକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍ଡିଆର୍ଏଫ୍), ହୋମ୍ଗାର୍ଡ ଓ ସ୍ଥାନୀୟ ପୁଲିସ ମିଳିତ ଭାବେ ଅପରେସନ କାର୍ଯ୍ୟ ପରିଚାଳନା କରିଥିଲେ।