ବିଶ୍ବର ସବୁଠୁ ଭୟଙ୍କର ସ୍ଥାନ କେଉଁଟି ?

ନୂଆଦିଲ୍ଲୀ : ବିଶ୍ବରେ ଅନେକ ବିପଦଜ୍ଜନକ ସ୍ଥାନ ରହିଛି । କିନ୍ତୁ ବିଶ୍ବର ସବୁଠାରୁ ବିପଜ୍ଜନକ ସ୍ଥାନ କେଉଁଟି ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ତା ମଧ୍ୟରେ ବୋଧହୁଏ ଏହି ଦ୍ବୀପଟି ଆସିବ ।

ବ୍ରାଜିଲ ଉପକୂଳଠାରୁ କିଛି ଦୂରରେ ଆଟଲାଣ୍ଟିକ ମହାସାଗର ମଧ୍ୟରେ ଅବସ୍ଥିତ ଏକ ନିର୍ଜନ ଦ୍ବୀପ । ତାହାର ନାମ ହେଉଛି ଇଲହା ଡା କ୍ବିମାଡା ଗ୍ରାଣ୍ଡେ । କ୍ଷେତ୍ରଫଳ ମାତ୍ର ୪୩ ହେକ୍ଟର । ଆକାଶମାର୍ଗରୁ ଦେଖିଲେ ବା କିଛି ଦୂରରୁ ଦେଖିଲେ ଏହି ଦ୍ବୀପଟି ବେଶ ସୁନ୍ଦର ଦେଖାଯାଏ । ଏହାର ଘନ ଅରଣ୍ୟ ଦୂରରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । କିନ୍ତୁ ଏହି ଦ୍ବୀପକୁ ଯିବା ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ । କାରଣ ଦୂରରୁ ସୁନ୍ଦର ଦେଖାଯାଉଥିବା ଏହି ଦ୍ବୀପଟିରେ ରହିଛନ୍ତି ପ୍ରବଳ ବିଷଧର ସାପ । ପ୍ରତ୍ୟେକ ସ୍ଥାନ, ପ୍ରତି ଗଛଲତାରେ ଅନେକ ସାପ ରହିଥାନ୍ତି । ଏଣୁ ଏହି ଦ୍ବୀପକୁ ସର୍ପ ଦ୍ବୀପ ବୋଲି କୁହାଯାଏ ।

Snake Island, The Brazilian Island Where Humans Are Forbidden
image : all that interesting

ସମଗ୍ର ବିଶ୍ବରେ ଅତି ବିଷଧର ଭାବେ ଜଣାଶୁଣା ବୋଥ୍ରପସ ଇନସୁଲାରିସ୍ ( ଗୋଲଡେନ ଲାନ୍ସହେଡ ପିଟ ଭାଇପର) କେବଳ ଏହି ଦ୍ବୀପରେ ହିଁ ବାସ କରିଥାଏ ।

ସର୍ପ ଦ୍ବୀପକୁ ସାଧାରଣ ମଣିଷଙ୍କ ପ୍ରବେଶ ଉପରେ ନିଷେଧାଜ୍ଞା ଲଗାଇଛନ୍ତି ବ୍ରାଜିଲ ସରକାର । କାରଣ ଏହି ଦ୍ବୀପକୁ ଯିଏ ଗଲା ସେ ଜୀବିତ ଫେରିବା ଅସମ୍ଭବ । କେବଳ ବ୍ରାଜିଲର ନୌସେନା ଓ ଗବେଷକମାନଙ୍କ ପାଇଁ ଏହି ଦ୍ବୀପକୁ ଯିବାକୁ ଅନୁମତି ରହିଛି । ପୁଣି ଗବେଷକମାନେ ସେଠାକୁ ଯିବା ପୂର୍ବରୁ ଚିକୋ ମେଣ୍ଡିସ ଇନଷ୍ଟିଚ୍ୟୁଟ ଫର ବାୟୋଡାଇଭର୍ସିଟି କନଜରଭେସନର ଅନୁମତି ନେବାକୁ ପଡ଼ିବ ।

 

ସମ୍ବନ୍ଧିତ ଖବର