ମୁମ୍ବାଇ: ମହାରାଷ୍ଟ୍ରର ଭିଓ୍ବାଣ୍ଡିରେ ଥିବା ବହୁ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ୍) ଦ୍ୱାରା ଜଣେ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଡଜନେ ଲୋକ ଏବେ ବି ଆବର୍ଜନା ତଳେ ଫସି ରହିଛନ୍ତି ବୋଲିଆଶଙ୍କା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ସହରର ପଟେଲ କମ୍ପାଉଣ୍ଡ ଅଞ୍ଚଳରେ ସକାଳେ କୋଠାଟି ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ୨୦ଜଣଙ୍କୁ ଉଦ୍ଧାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bh.png)