ହାଇତି ଭୂମିକମ୍ପ ମୃତ୍ୟୁସଂଖ୍ୟା ୧୩୦୦ ଛୁଇଁଲା

ଲେସକାଏସ=: ହାଇତିରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୩୦୦ ଛୁଇଁଛି। ଆହତଙ୍କ ସଂଖ୍ୟା ୫୭୦୦। ୭.୨ ତୀବ୍ରତାର ଏହି ଶକ୍ତିଶାଳୀ ଭୂମିକମ୍ପରେ ଏକାଧିକ ଗାଁ ଉଜୁଡ଼ି ଯାଇଛି। ହଜାର ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ ଏଠାକାର ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ପୀଡ଼ିତମାନେ ଖୋଲା ଆକାଶ ତଳେ ରହିଛନ୍ତି। ମହାମାରୀ କରୋନା ଏବଂ ହିଂସାକାଣ୍ଡ ମଧ୍ୟରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଉଦ୍ଧାରକାର୍ଯ୍ୟ ଓ ସହାୟତା ଯୋଗାଣ ବାଧାପ୍ରାପ୍ତ ହୋଇଛି। କିଛିଦିନ ପୂର୍ବେ ହାଇତିର ରାଷ୍ଟ୍ରପତିଙ୍କୂ ହତ୍ୟା କରାଯାଇଥିଲା। ହାଇତିର ପ୍ରଧାନମନ୍ତ୍ରୀ ଏରିୟଲ ହେନରୀ ସମଗ୍ରଦେଶରେ ଏକ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର