ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୂଡ଼ାନ୍ତ ଲଢ଼େଇ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବୀମାନଙ୍କ ମଧ୍ୟରେ ହୋଇଥିବା ଶେଷ ପର୍ଯ୍ୟାୟ ଭୋଟ୍ରେ ଋଷି ସୁନକ ଆଗରେ ଅଛନ୍ତି। ଋଷି ସୁନକ ପଞ୍ଚମ ପର୍ଯ୍ୟାୟ ଭୋଟ୍ରେ ୧୩୭ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷେ ଲିଜ୍ ଟ୍ରସ ୧୧୩ ସାଂସଦଙ୍କ ସମର୍ଥନ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବାଣିଜ୍ୟ ମନ୍ତ୍ରୀ ପେନ୍ନି ମୋର୍ଡଣ୍ଟ୍ ୧୦୫ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। କଂଜରଭେଟିଭ ପାର୍ଟି ସଦସ୍ୟମାନେ ଏବେ ନୂଆ ନେତା ଚୟନ କରିବେ। ସେପ୍ଟେମ୍ବର ୫ରେ ଫଳାଫଳ ଘୋଷଣା ହେବ। ବ୍ରିଟେନ୍କୁ ପ୍ରଥମ ବ୍ରିଟିସ-ଏସୀୟ ପ୍ରଧାନମନ୍ତ୍ରୀ କିମ୍ବା ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ମିଳିପାରନ୍ତି। ଏହା ଉପରେ ସମସ୍ତଙ୍କ ନଜର ରହିଛି। ସାଂସଦଙ୍କ ସର୍ବାଧିକ ସମର୍ଥନ ହାସଲ କରିଥିବା ସୁନକ ଏବେ ଦଳୀୟ ସଦସ୍ୟଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ: ଋଷି ସୁନକ ବନାମ ଲିଜ୍ ଟ୍ରସ
/sambad/media/post_attachments/wp-content/uploads/2022/07/6h465f4hsf654hf654h65hffhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)