ଭୁବନେଶ୍ବର : ମଣିପାଳ ଏକାଡେମି ଅଫ ହାୟର ଏଜୁକେସନ (ମାହେ)ର ୩୦ତମ ସମାବର୍ତ୍ତନ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ମୁଖ୍ୟ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୮ରୁ ୨୦ ପର୍ଯ୍ୟନ୍ତ ଚାଲିବ। ସେଥିରେ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେବେ। ଆକ୍ସିସ୍ ବ୍ୟାଙ୍କର ଏମ୍ଡି ଓ ସିଇଓ ଅମିତାଭ ଚୌଧୁରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ମାହେର ପ୍ରୋଚାନ୍ସେଲର ଡ. ଏଚ୍ ଲସ୍ ବଲାଲ, କୁଳପତି ଡ. ଏମ୍ ଡି ଭେଙ୍କଟେଶ ଏବଂ ରେଜିଷ୍ଟ୍ରାର ନାରାୟଣ ସଭାହିତ ଏ ବିଷୟରେ ସୂଚନା ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp