କୋଭିଡ୍‌ ରୋଗୀ ସଂଖ୍ୟା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା କୋଭିହ୍‌-୧୯ ସଂକ୍ରମଣ ଦୃଷ୍ଟିରୁ ଆବଶ୍ୟକ ହସପିଟାଲ ଓ ନିଦାନ କେନ୍ଦ୍ର ବଢାଇବା ଉପରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ଦିଲ୍ଲୀ ହାଇକୋର୍ଟ ତାଗିଦ୍‌ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାରେ ଥିଲା ଯେ ଏବେ ସୁଦ୍ଧା କେବଳ ସରକାରୀ ହସପିଟାଲରେ ଚିକିତ୍ସା ଓ ନିଦାନ କରାଯାଉଛି। ରୋଗୀଙ୍କ ସଂଖ୍ୟା ଓ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଅଧିକ ପ୍ରାଇଭେଟ୍‌ ହସପିଟାଲ ଓ ନିଦାନ କେନ୍ଦ୍ରଗୁଡ଼ିକୁ ସଂପୃକ୍ତ କରାଯାଉ। ତେବେ କୋଭିଡ୍‌-୧୯ ପରିଚାଳନା ପ୍ରସଙ୍ଗରେ ବାହ୍ୟ ହସ୍ତକ୍ଷେପକୁ ବାରଣ କରଯାଉଥିଲେ ସୁଦ୍ଦା ସ୍ଥିତିର ବାସ୍ତବତାକୁ ଧ୍ୟାନ ଦେଇ ଦିଲ୍ଲୀ ହାଇକୋର୍ଟ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ରୋଗୀ ସଂଖ୍ୟା ଉପରେ ନଜର ଦେବାକୁ ନିର୍ଦେଶ ଦେଇଛନ୍ତି। ତେବେ ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ୨୦୦୦ ଶଯ୍ୟା ଓ ରାଜୀବଗାନ୍ଧି ସୁପରସ୍ପେଶିଆଲିଟି ହସପିଟାଲରେ ୫୦୦ ଶଯ୍ୟା କୋଭିଡ୍‌ ହସ୍‌ପିଟାଲ ରହିଥିବା ବେଳେ ୯ଟି ପ୍ରାଇଭେଟ୍‌ ହସପିଟାଲକୁ ମଧ୍ୟ କୋଭିଡ୍‌ ହସପିଟାଲ ମାନ୍ୟତା ମିଳିଛି।

ସମ୍ବନ୍ଧିତ ଖବର