ଧାମରା-ପାରାଦୀପ ୨୩୩ କିମି ଜଳପଥକୁ ଜାତୀୟ ଜଳପଥ ମାନ୍ୟତା

ନୂଆଦିଲ୍ଲୀ : ଦେଶରେ ଆଭ୍ୟନ୍ତରୀଣ ଜଳ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ଜଳପଥ ଅଧିନିୟମ ୨୦୧୬ ଅନୁଯାୟୀ ୨୪ଟି ରାଜ୍ୟରେ ୫ଟି ପୂର୍ବରୁ ରହିଥିବା ଏବଂ ୧୦୬ଟି ନୂତନ ଜଳପଥ ସମେତ ୧୧୧ଟି ଜଳପଥକୁ ଜାତୀୟ ଜଳପଥ ଭାବେ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଧାମରା-ପାରାଦୀପ ଭାୟା ମଙ୍ଗଳାଗଡ଼ି ଜଳପଥ ମଧ୍ୟ ସାମିଲ ହୋଇଛି। ଏହି ଜାତୀୟ ଜଳପଥର ଦୈର୍ଘ୍ୟ ୨୩୩ କିମି ରହିଛି। ନୌପରିବହନ କ୍ଷେତ୍ରରେ ଏହା ଓଡ଼ିଶାକୁ ବେଶ୍‌ ସହାୟକ ହେବ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଲୋକସଭାକୁ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର