ମୁମ୍ବାଇ: ଥାନାରେ ମାମଲା କଲେ ମହାକୁମ୍ଭରେ ମାଳ ବିକି ଭାଇରାଲ ହୋଇଥିବା ଯୁବତୀ ମୋନାଲିସାଙ୍କ ନିର୍ଦ୍ଦେଶକ । ମୁମ୍ବାଇର ଏର ୟୁଟ୍ୟୁବ ଚେନାଲର ମାଲିକଙ୍କ ସମେତ ୫ ଜଣଙ୍କ ନାଁରେ ଏଫଆଇଆର ଦେଇଛନ୍ତି ନିର୍ଦ୍ଦେଶକ ସନୋଜ ମିଶ୍ରା । ୟୁଟ୍ୟୁବ ଚେନାଲ ସନୋଜଙ୍କୁ ବଦନାମ କରିବା ସହ ମୋନାଲିସାଙ୍କ ସହ କରାଯାଉଥିବା ସିନେମାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛନ୍ତି ସନୋଜ ।
ଏଫଆଇଆରରେ ଥିବା ୫ ଜଣଙ୍କ ଭିତରୁ ଜଣେ ବ୍ୟକ୍ତି କହିଛନ୍ତି କି ସନୋଜ ମିଶ୍ରା କୌଣସି ଗୋଟିଏ ବି ସିନେମା କରି ନାହାନ୍ତି ସିଏ ମୋନାଲିସା ଭୋଁସଲେଙ୍କ କ୍ୟାରିୟର ନଷ୍ଟ କରିଦେବେ । ଆଉ ଏହି ଅଭିଯୋଗକୁ ଖଣ୍ଡନ କରି ସନୋଜ କହିଛନ୍ତି ଏମାନେ ମତେ ବଦନାମ କରୁଛନ୍ତି । ସେମାନେ ଜାଣିବା ଦରକାର କି ଦ ଡାଏରୀ ଅଫ ମଣିପୁରରେ ମୋନାଲିସା ଅଭିନୟ କରୁଛନ୍ତି ବୋଲି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/27/gs8HnvMMiET89F7vEa76.jpg)