ଚେନ୍ନାଇ: ଚେନ୍ନାଇରେ ଆଜି  ଏକ ସୁଟକେସ୍ ଭିତରୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।  ଜଣେ ସ୍ଥାନୀୟ ବାସିନ୍ଦା ଏକ ପରିତ୍ୟକ୍ତ ସୁଟ୍‌କେସ୍‌ ରାସ୍ତାକଡ଼େ ଠାବ କରିବା ପରେ ପୁଲିସକୁ  ଖବର ଦେଇଥିଲେ। ପୁଲିସ ଏହି  ଘଟଣାରେ ମଣି ନାମକ ଜଣେ ସନ୍ଦିଗ୍ଧକୁ ଅଟକ ରଖି ଜେରା କରୁଛି। ସୁଟ୍‌କେସ ଯେଉଁ ସ୍ଥାନରୁ ମିଳିଛି ସେଠାରୁ ମାତ୍ର ୧୦୦ ମିଟର ଦୂରରେ ମଣି ରହୁଥିବା ଜଣାପଡ଼ିଛି। ମହିଳାଙ୍କ ଶବକୁ ଅତି ବୀଭତ୍ସ ଭାବେ କାଟି ସୁଟ୍‌କେସ୍‌ରେ ରଖାଯାଇଥିଲା।  ମହିଳାଙ୍କ ପରିଚୟ ମିଳିଛି  ଏବଂ ସେ ମାଧବରାମ ଅଂଚଳର ବୋଲି ଜଣାପଡ଼ିଛି।

Advertisment

ପୁଲିସ  କହିଛି ଯେ ଚେନ୍ନାଇର କୁମାରନ କୁଡିଲ୍‌ର ଜଣେ ବାସିନ୍ଦା  ଆଜି ସକାଳେ  ଥୋରାଇପାକ୍କମ୍ ଅଞ୍ଚଳରେ ପଡ଼ିଥିବା ପରିତ୍ୟକ୍ତ ସୁଟକେସ୍ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।  ପୁଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଜବତ କରିଛି ଏବଂ  ଅଧିକ ତଦନ୍ତ ଜାରି ରହିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ଚେନ୍ନାଇର ଟ୍ରିପ୍ଲିକେନ୍ ଅଞ୍ଚଳରେ ଏକ ହୋଟେଲ ରୁମ୍ ଭିତରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ଜଣେ ବ୍ୟକ୍ତି ଗଳାକାଟି ହତ୍ୟା କରିଥିଲା। ସେହିଭଳି ଗତବର୍ଷ ଚେନ୍ନାଇର ଏକ ହୋଟେଲରେ ଜଣେ ୨୦ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ବର୍ବରତାର  ସହ ହତ୍ୟା କରିଥିଲା।