ଅହମଦାବାଦ: ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତା ଜଣେ ୧୧ ବର୍ଷୀୟା ବାଳିକା ଫ୍ଲୋରା ଆସୋଦିୟାଙ୍କୁ ତାଙ୍କ ଜୀବନର ଅଭିଳାଷ ପୂରଣ କରିବା ପାଇଁ ଶନିବାର ଦିନକ ଲାଗି ଅହମଦାବାଦର ଜିଲ୍ଲାପାଳ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ମେକ୍ ଏ ୱିସ୍ ଫାଉଣ୍ଡେସନ ପକ୍ଷରୁ ଝିଅଟିର ଜୀବନର ଅଭିଳାଷ ବିଷୟରେ ଅହମଦାବାଦ ଜିଲ୍ଲାପାଳ ସନ୍ଦୀପ ସେଗଲଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାପାଳ ଝିଅର ଇଚ୍ଛା ପୂରଣ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଏହାପରେ ଗାନ୍ଧିନଗରର ସର୍ଗାସନରେ ରହୁଥିବା ଫ୍ଲୋରାଙ୍କୁ ଜିଲ୍ଲାପାଳଙ୍କ ସରକାରୀ ଗାଡ଼ିରେ ବସାଇ ଅହମଦାବାଦସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ତା’ପରେ ତାଙ୍କୁ ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ନିଆଯାଇଥିଲା। ଜିଲ୍ଲାପାଳ ତାଙ୍କୁ ନିଜ ଚେୟାରରେ ବସିବାକୁ ଦେଇଥିଲେ। ଫ୍ଲୋରା ୭ ମାସ ହେଲା ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତା। ସେ ଖୁବ୍ ଭଲ ପାଠ ପଢ଼ନ୍ତି ଏବଂ ଭବିଷ୍ୟତରେ ଜିଲ୍ଲାପାଳ ହେବା ପାଇଁ ଜୀବନର ଲକ୍ଷ୍ୟ ରଖିଥିଲେ। ଏ ବିଷୟରେ ମେକ୍ ଏ ୱିସ୍ ଫାଉଣ୍ଡେସନ ଜିଲ୍ଲାପାଳଙ୍କୁ ଜଣାଇବା ପରେ ସେ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ପଦକ୍ଷେପ ନେଇଥିଲେ ବୋଲି ଜିଲ୍ଲାପାଳ ସନ୍ଦୀପ ସେଗଲ କହିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେକ୍ କାଟି ଫ୍ଲୋରାଙ୍କ ଜନ୍ମଦିନ ପାଳନ କରାଯିବା ସହ ତାଙ୍କ ଏକ ବାର୍ବି ଡୋଲ୍ ସେଟ୍ ଓ ଏକ ଟ୍ୟାବ୍ ଉପହାର ଦିଆଯାଇଥିଲା। ଜିଲ୍ଲାପାଳ ଭାବରେ କାର୍ଯ୍ୟନିର୍ବାହ କରିବା ସମୟରେ ଫ୍ଲୋରା ବାହାଲି ଡିକ୍ରି ଯୋଜନା ଏବଂ ବିଦ୍ୟା ସହାୟ ଯୋଜନାରେ ହିତାଧିକାରୀମାନଙ୍କୁ ଅନୁକମ୍ପା ରାଶି ବିତରଣ କରିଥିଲେ।
ମସ୍ତିଷ୍କ କର୍କଟ ପୀଡ଼ିତା ବାଳିକା ହେଲେ ଦିନକ ପାଇଁ ଜିଲ୍ଲାପାଳ
/sambad/media/post_attachments/wp-content/uploads/2021/09/Untitled-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)