କୋଲକାତା : ସଲ୍ଟ ଲେକ୍ ଅଞ୍ଚଳରେ ଆଜି ଏକ ପୂଜା ପେଣ୍ଡାଲରେ ଅଘଟଣ ଘଟିଛି। କୌଣସି କାରଣରୁ ନିଆଁ ଲାଗିଯିବାରୁ ଦୁର୍ଗା ପ୍ରତିମାଙ୍କ ସହ ସମଗ୍ର ପେଣ୍ଡାଲ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଏଥିରେ କେହି ହତାହତ ହୋଇନାହାନ୍ତି। ସରକାରଙ୍କ ସମସ୍ତ କୋଭିଡ୍ ନିୟମ ପାଳନ କରାଯିବା ସହ ଅଗ୍ନିଶମ ବିଭାଗର ଅନୁମତି ନିଆଯାଇ ପୂଜା କରାଯାଇଥିଲା ବୋଲି ଆୟୋଜକମାନେ କହିଛନ୍ତି। ଅଗ୍ନିଶମ ବିଭାଗ ମନ୍ତ୍ରୀ ସୁଜିତ ବୋଷ କହିଛନ୍ତି, ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ। ସେ ତୁରନ୍ତ ଫରେନ୍ସିକ୍ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି।
ପୂଜା ପେଣ୍ଡାଲରେ ଅଘଟଣ, ମୂର୍ତ୍ତି ସହ ଜଳିଗଲା ପେଣ୍ଡାଲ
/sambad/media/post_attachments/wp-content/uploads/2020/10/durga-pendal-burned.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)