ନୂଆଦିଲ୍ଲୀ: ଲଣ୍ଡନରୁ ପ୍ରକାଶ ପାଉଥିବା ସାପ୍ତାହିକ ପତ୍ରିକା ‘ଦ ଇକୋନୋମିଷ୍ଟ’ ତା’ର ସଦ୍ୟତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଭାରତରେ ବିଭାଜନକୁ ପ୍ରୋତ୍ସାହନ କରୁଛନ୍ତି ଏବଂ ସେ ଗଣତନ୍ତ୍ର ପ୍ରତି ବିପଦ ବୋଲି ‘ଦି ଇକୋନୋମିଷ୍ଟ’ ନିଜ କଭର୍ ଷ୍ଟୋରିରେ କହିଛି। ଏହି କଭର୍ ଷ୍ଟୋରିର ଶୀର୍ଷକ ‘ଅସହିଷ୍ଣୁ ଭାରତ’ ବୋଲି ରଖାଯାଇଛି।
/sambad/media/post_attachments/wp-content/uploads/2020/01/gf4jhdjh78jh64fh32fs65h4fs7h4sf65h4sf65h4sfhsfhsfhfhhhhhhhhhhhh-1.jpg)
ଏହି ଲେଖାରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସମ୍ବିଧାନର ଧର୍ମନିରପେକ୍ଷ ନୀତିକୁ ଦୁର୍ବଳ କରୁଛନ୍ତି। ବିଜେପି ତା’ର ନିର୍ବାଚନୀ ଫାଇଦା ପାଇଁ ମୁସ୍ଲିମ ସଂପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଛି ବୋଲି ଏଥିରେ ଉଲ୍ଲେଖ ରହିଛି । ଭାରତର ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଏକ ବିଭାଜନକାରୀ ପଦକ୍ଷେପ ବୋଲି ଏହି ପତ୍ରିକା ଦର୍ଶାଇଛି। ତେବେ ସୋସିଆଲ ମିଡିଆରେ ଦି ଇକୋନମିଷ୍ଟର ଏଭଳି ଲେଖାକୁ ଅନେକ ଭାରତ ବିରୋଧୀ ବୋଲି କହିବା ସହ ଏହାର କଡ଼ା ନିନ୍ଦା କରିଛନ୍ତି। ଭାରତର ରାଜନୀତି ଏବଂ ଅର୍ଥନୀତି ବିରୋଧରେ ଏହି ପତ୍ରିକା ତା’ର ଅପପ୍ରଚାର ଜାରି ରଖିଛି ବୋଲି ସେମାନେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/The-Economist-Magazine-on-Modi_Thumbnail.jpg)