ବିଜୟ ଶୋଭାଯାତ୍ରାକୁ ନିଷିଦ୍ଧ କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌ର ଦ୍ବିତୀୟ ଲହର ସଂକ୍ରମଣ ଭିତରେ ବିଗତ କିଛି ସପ୍ତାହ ହେଲା ବିଭିନ୍ନ ରାଜ୍ୟରେ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଭୋଟଗଣତି ଆଗାମୀ ୨ ତାରିଖରେ କରାଯିବ। ତେବେ ଫଳାଫଳ ପ୍ରକାଶ ପାଇବା ପରେ କୌଣସି ପ୍ରକାର ବିଜୟ ଶୋଭାଯାତ୍ରାକୁ ନିର୍ବାଚନ ଆୟୋଗ ନିଷିଦ୍ଧ କରିଦେଇଛନ୍ତି। ଦେଶରେ କୋଭିଡ୍‌ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଭୋଟଗଣତି ଦିନ କି ତାହା ପରେ ମଧ୍ୟ ସେଭଳି ଶୋଭାଯାତ୍ରା ଉପରେ ନିର୍ବାଚନ ଆୟୋଗ ଆଜି ବିଜ୍ଞପ୍ତି ଜାରି କରି ଅଙ୍କୁଶ ଲଗାଇଛନ୍ତି।

ସେହିପରି ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଠାରୁ ବିଜୟୀ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧି ବିଜୟ ପ୍ରମାଣପତ୍ର ନେବା ପାଇଁ ଆସିଲା ବେଳେ ତାଙ୍କ ସହିତ ଅନ୍ୟ ଦୁଇ ଜଣ କେବଳ ଆସିପାରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ସୂଚନା ଥାଉ କି, ସଂକ୍ରମଣରେ ରୋକ ଲଗାଇବା ଲାଗି ନିର୍ବାଚନ ଆୟୋଗ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଭିନ୍ନ ଦଳ ଓ ନେତାମାନଙ୍କ ପାଇଁ ଧାର୍ଯ୍ୟ କୋଭିଡ୍‌ କଟକଣା ଜାରି କରିଥିଲେ। ରାଜନେତା ଓ ଜନତା କୋଭିଡ୍‌ ନିୟମର ଉଲ୍ଲଂଘନ କରି ପରିସ୍ଥିତିକୁ ଆହୁରି ସଂଗିନ କରିଦେଇଛନ୍ତି।

ସମ୍ବନ୍ଧିତ ଖବର