ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ଅନ୍ତ

ମାମଲା ପଛରେ ଷଡ଼ଯନ୍ତ୍ର ସନ୍ଦେହ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ୨୯୦୧୯ ମସିହାରେ ଆଗତ ଯୌନ ନିର୍ଯାତନା ମାମଲାକୁ ଆଜି ସୁପ୍ରିମକୋର୍ଟ ଆପଣା ଛାଏଁ ବନ୍ଦ କରିଦେଇଛନ୍ତି। ଜଷ୍ଟିସ୍‌ ଗୋଗୋଇଙ୍କ ବିରୋଧରେ ଉଠିଥିବା ଏହି ଅଭିଯୋଗ ପଛରେ କିଛି ସମ୍ଭାବ୍ୟ ଷଡ଼ଯନ୍ତ୍ର ରହିଥିବା ଅନୁଭବ କରି ଅଦାଲତ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ସୂଚନାଥାଉ କି, ପାଖାପାଖି ଦୁଇ ବର୍ଷ ପରେ ଏହି ମାମଲାର ଶୁଣାଣି ପାଇଁ ତାହାକୁ ତାଲିକାଭୁକ୍ତ କରାଯାଇଥିଲା। ତେବେ ସେ ସଂକ୍ରାନ୍ତ ଇଲେକ୍ଟ୍ରୋନିକ୍‌ ତଥ୍ୟଗୁଡ଼ିକୁ ପୁଣି ଫେରି ପାଇବା କଷ୍ଟକର ବୋଲି ଆଜିର ଶୁଣାଣି ବେଳେ ଜଷ୍ଟିସ୍‌ ସଞ୍ଜୟ କିଷାନ୍‌ କାଉଲ୍‌ ଟିପ୍ପଣୀ କରିଥିଲେ। ଅପରପକ୍ଷେ, ଆସାମରେ ନାଗରିକମାନଙ୍କର ଜାତୀୟ ପଞ୍ଜୀକରଣ ପରି କିଛି କଠୋର ନିଷ୍ପତ୍ତି ପାଇଁ ଜଷ୍ଟିସ୍‌ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ସମ୍ପର୍କରେ ଆଇବି ନିର୍ଦ୍ଦେଶକ ଚିଠି କରିଥିଲେ ବୋଲି ଜଷ୍ଟିସ୍‌ କାଇଲ୍‌ ମଧ୍ୟ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର