ସଙ୍ଗରୋଧରେ ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ପରିବାର, ରୋଷେୟା କୋଭିଡ-୧୯ ପଜିଟିଭ୍‌

ନୂଆଦିଲ୍ଲୀ: ରୋଷେୟାଙ୍କ ଶରୀରରେ କୋଭିଡ-୧୯ ପିଜିଟିଭ ଆସିବା ପରେ ସୁପ୍ରିମ୍‌ କୋର୍ଟର ଜଣେ ବିଚାରପତି ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସଙ୍ଗରୋଧରେ ରଖାଯାଇଛି। ରୋଷେୟାଜଣକ ସମ୍ପୃକ୍ତ ବିଚାରପତିଙ୍କ ପାରିବାରିକ ରୋଷେୟା ଭାବେ କାମ କରୁଥିଲେ। ସେ ଗତ ୭ ତାରିଖରେ ଛୁଟିରେ ଯାଇଥିଲେ। ତେବେ ଛୁଟି କଟାଇ ରୋଷେୟା ଜଣକ ବିଚାରପତିଙ୍କ ଘରକୁ ଫେରିବା ପରେ ଗତକାଲି ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା ଏବଂ ସେ କୋଭିଡ-୧୯ ପଜିଟିଭ ଥିବା ନେଇ ସ୍ପଷ୍ଟ ହେବା ପରେ ବିଚାରପତି ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସଙ୍ଗରୋଧରେ ରଖାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଏପ୍ରିଲ୍‌ ୨୭ରେ ଜଣେ ୩୭ ବର୍ଷୀୟ ସୁପ୍ରିମ୍‌ କୋର୍ଟ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା। ଅପରପକ୍ଷେ, କୋଭିଡ-୧୯ ଯୋଗୁଁ ମାର୍ଚ୍ଚ ୨୩ରୁ ସୁପ୍ରିମକୋର୍ଟ ବନ୍ଦ ରହିଛି। କେବଳ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି କରାଯାଉଛି।

ସମ୍ବନ୍ଧିତ ଖବର