ନେତାଜୀଙ୍କ ସଂକ୍ରାନ୍ତ ଫାଇଲ୍‌ ସବୁ ସାର୍ବଜନୀନ କରିବୁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ନେତାଜୀଙ୍କ ସଂକ୍ରାନ୍ତ ଫାଇଲ୍‌ ସବୁ ସାର୍ବଜନୀନ କରାଯାଉ ବୋଲି ଅନେକ ବର୍ଷ ହେବ ଦାବି ହୋଇ ଆସୁଛି। ମୁଁ ଖୁସି ଯେ ସେ ଆମେ ସେ ଦାବି ପୂରଣ କରିବୁ। ଏ କଥା ‘ମନ୍‌କି ବାତ୍‌’ର ୫୨ତମ ଓ ୨୦୧୯ ବର୍ଷର ପ୍ରଥମ ସଂସ୍କରଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଭାରତ ଅନେକ ମହାନ ବ୍ୟକ୍ତିଙ୍କୁ ଜନ୍ମ ଦେଇଛି ଏହି ମହାପୁରୁଷମାନେ ମାନବଜାତି ଲାଗି ବିସ୍ମୟକର ଓ ଅବିସ୍ମରଣୀୟ କାମ କରିଛନ୍ତି।

ଜଣେ ବୀର ସୈନିକ ଓ କୁଶଳୀ ସଂଗଠକ ଭାବେ ସୁଭାଷ ଚନ୍ଦ୍ର ବୋଷ ସର୍ବଦା ସ୍ମରଣୀୟ ହୋଇ ରହିବେ। ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାରର ସଦସ୍ୟମାନେ ନେତାଜି ପରିଧାନ କରୁଥିବା ଗୋଟାଏ ବଢ଼ିଆ ଟୋପି ମୋତେ ଦେଇଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ଲାଲ୍‌ କିଲ୍ଲାରେ ତ୍ରିରଙ୍ଗ ପତାକା ଉତ୍ତୋଳନ ହେଲାରୁ ସମସ୍ତେ ବିସ୍ମିତ ହୋଇଯାଇଥିଲେ।
ଲୋକଙ୍କ ସହ ସମ୍ପର୍କ ରଖିବା ଲାଗି ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ମୁଁ ସବୁବେଳେ ବିଚାର କରେ। ସେହି ନ୍ୟାୟରେ ନେତାଜୀଙ୍କର ରେଡିଓ ସହ ଥିଲା ଘନିଷ୍ଠ ସମ୍ପର୍କ। ଦେଶବାସୀଙ୍କ ସହ ସମ୍ପର୍କ ରଖିବାକୁ ସେ ରେଡିଓକୁ ବାଛି ନେଇଥିଲେ।

ସୁଭାଷ ବାବୁ ଜଣେ ବୀର ସୈନିକ ଭାବେ ସ୍ମରଣୀୟ ହୋଇ ରହିବେ। ସ୍ୱାଧୀନତା ସଂଗ୍ରାମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ‘ଦିଲ୍ଲୀ ଚଲୋ’, ‘ ତୁମ୍‌ ମୁଝେ ଖୁନ୍‌ ଦୋ ମେ ତୁହ୍ମେ ଆଜାଦି ଦୁଙ୍ଗା’ ସ୍ଲୋଗାନ୍‌ ସବୁ ଭାରତୀୟଙ୍କୁ ଜାଗ୍ରତ କରିଥିଲା।

ସିଦ୍ଧଗଙ୍ଗା ମଠ ମହନ୍ତ ଶିବକୁମାର ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ: ଆମେ ଏ ବର୍ଷ ଦୁଃଖଦ ସମ୍ବାଦ ପାଇଲୁ। ଶିବକୁମାର ସ୍ୱାମୀଙ୍କର ସ୍ୱର୍ଗବାସ ହୋଇଗଲା। ସମାଜସେବାରେ ସେ ଜୀବନ ଉତ୍ସର୍ଗ କଲେ। ସାମାଜିକ, ହଜାର ହଜାର ଲୋକଙ୍କ ଶିିକ୍ଷା ଓ ମଙ୍ଗଳ ଲାଗି ସେ ଜୀବନର ୧୧୧ ବର୍ଷ ବିତାଇ ଦେଇଛନ୍ତି।

ନିର୍ବାଚନ କମିସନ ଆମ ଦେଶର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ, ଆମ ଗଣତନ୍ତ୍ର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଆମ ସାରଧାରଣତନ୍ତ୍ର ଠାରୁ ପୁରାତନ। ଆମ ନିର୍ବାଚନ କମିସନ ଭାରତରେ ବିଶାଳ ନିର୍ବାଚନ କରାଉଥିବାରୁ ନାଗରିକମାନେ ତାକୁ ନେଇ ଗର୍ବ କରିବା ଉଚିତ। ଆମ ଗଣତନ୍ତ୍ରକୁ ମଜଭୁତ କରିବା ଲାଗି ନିରନ୍ତର ଉଦ୍ୟମ କରୁଥିବାରୁ ମୁଁ ନିର୍ବାଚନ କମିସନକୁ ପ୍ରଶଂସା କରୁଛି।

ଦଶର ପ୍ରତି ଦାୟିତ୍ୱବାନ ନାଗରିକ ଭୋଟ୍‌ ଦେବା ଓ ଦେଶର ପ୍ରମୁଖ ନିଷ୍ପତ୍ତିରେ ଭାଗ ନେବାର ସମୟ ଆସିଛି। ସେ କହିଛନ୍ତି: ଏ ବର୍ଷ ଆମ ଦେଶରେ ଲୋକସଭା ନିର୍ବାଚନ ହେବ। ପ୍ରଥମ ଥର ଲାଗି ଏକବିଂଶ ଶତାବ୍ଦୀରେ ଜନ୍ମିତ ବ୍ୟକ୍ତିମାନେ ଲୋକସଭା ନିର୍ବାଚନରେ ଭୋଟ୍‌ ଅଧିକାର ସାବ୍ୟସ୍ତ କରିବେ। ଯଦି ସେମାନେ ଯୋଗ୍ୟ, ମୁଁ ଯୁବପିଢ଼ିଙ୍କୁ ଅନୁରୋଧ କରୁଛି ଭୋଟର୍‌ ଭାବେ ସେମାନେ ନିଜକୁ ପଞ୍ଜିକରଣ କରନ୍ତୁ।

ଜଣେ ଲେଖକ ଓ ସଙ୍ଗୀତଜ୍ଞ ଭାବେ ଆପଣମାନେ ରବୀନ୍ଦ୍ର ନାଥ ଠାକୁରଙ୍କୁ ଜାଣିଥିବେ। କିନ୍ତୁ, ସେ ମଧ୍ୟ ଜଣେ ଚିତ୍ରଶିଳ୍ପୀ ଥିଲେ ବୋଲି ମୁଁ ଆପଣମାନଙ୍କୁ କହୁଛି।

ଚନ୍ଦ୍ରରେ ଭାରତର ଚିହ୍ନ ରଖିବାକୁ ଖୁବ୍‌ ଶୀଘ୍ର ଆମେ ଚନ୍ଦ୍ରଯାନ-୨ ପ୍ରେରଣ କରିବୁ। ଆଜି ଆମ ମହାକାଶ କାର୍ଯ୍ୟକ୍ରମ କେତେକ ଯୁବ ବୈଜ୍ଞାନିକଙ୍କ ଦ୍ୱାରା ପରିପୁଷ୍ଟ ହେଉଛି। ଆମ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ କୃତ୍ରିମ ଉପଗ୍ରହ ଆଜି ମହାକାଶରେ ପହଞ୍ଚୁଛି। ଛାତ୍ରଛାତ୍ରୀମାନେ ନିର୍ମାଣ କରିଥିବା କଲାମ ସାଟ୍‌ ଜାନୁଆରି ୨୪ ତାରିଖରେ ଉତ୍‌କ୍ଷେପିତ ହୋଇଛି।

ଜାନୁଆରି ୨୯ରେ ହେବ ପରୀକ୍ଷା ପେ ଚର୍ଚ୍ଚା। ଏଥର ମନ୍‌କି ବାତ୍‌ରେ ପରୀକ୍ଷା ଯୋଦ୍ଧାଙ୍କ ସମ୍ବନ୍ଧରେ କହିବାକୁ ମତେ ପ୍ରସ୍ତାବ ଦିଆଯାଇଥିଲା। ଆପଣମାନଙ୍କୁ ଜଣାଇ ଆନନ୍ଦିତ ଯେ ଦେଶର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ମୁଁ ପରୀକ୍ଷା ପେ ଚର୍ଚ୍ଚା ଲାଗି ଏକ ସ୍ୱତନ୍ତ୍ର ଅଧିବେଶନ କରିବି। ଏଥର ଏହି କାର୍ଯ୍ୟକ୍ରମରେ ଅଳ୍ପ କେତେକ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ବି ଭାଗ ନେବେ।

ସମ୍ବନ୍ଧିତ ଖବର