ପ୍ରଥମ କଲମ୍ବିଆ ନାଗରିକଙ୍କୁ ଦିଆଗଲା ଯନ୍ତ୍ରଣାବିହୀନ ଇଚ୍ଛାମୃତ୍ୟୁ

କାଲି: କଲମ୍ବିଆର ଭିକ୍ଟର ଏସ୍କୋବାର ହେଉଛନ୍ତି ଅନାରୋଗ୍ୟ ବ୍ୟାଧିଗ୍ରସ୍ତ ପ୍ରଥମ ବ୍ୟକ୍ତି, ଯାହାଙ୍କୁ ଆଇନ ଅନୁଯାୟୀ ଶୁକ୍ରବାର ଯନ୍ତ୍ରଣାବିହୀନ ଇଚ୍ଛାମୃତ୍ୟୁ ବା ୟୁଥାନାସିଆ ଦିଆଯାଇଛି ବୋଲି ତାଙ୍କ ଓକିଲ ଲୁଇସ ଜିରାଲ୍‌ଡୋ କହିଛନ୍ତି। ଶନିବାର ଦ୍ବିତୀୟ କଲମ୍ବିଆବାସୀ, ଜଣେ ମହିଳାଙ୍କୁ ମଧ୍ୟ ଇଚ୍ଛାମୃତ୍ୟୁ ଦିଆଯାଇଛି, ଯିଏ ଅନାରୋଗ୍ୟ ଆମିଓଟ୍ରଫିକ୍ ଲାଟରାଲ ସ୍କ୍ଲରୋସିସ୍ (ଏଏଲ୍‌ଏ) ନାମକ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟ ପାଉଥିଲେ ଏବଂ ଏହି ରୋଗରୁ ଭଲ ହେବାର କୌଣସି ସମ୍ଭାବନା ନ ଥିଲା। ଏସ୍କୋବାର ସିଓପିଡି (କ୍ରନିକ୍ ଅବ୍‌ଷ୍ଟ୍ରକ୍ଟିଭ୍ ପଲ୍‌ମୋନାରୀ ଡିଜିଜ୍) ନାମକ ଏକ ବିରଳ ଫୁସ୍‌ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ। କଲମ୍ବିଆର ଭାଲି ଡେଲ କାଉକା ପ୍ରଦେଶର ରାଜଧାନୀ କାଲିଠାରେ ଥିବା ଏକ କ୍ଳିନିକରେ ୟୁଥାନାସିଆ ଦିଆଯାଇଥିଲା।

ସମ୍ବନ୍ଧିତ ଖବର