ନୂଆଦିଲ୍ଲୀ : ଘାନାରେ ଅତି ଭୟଙ୍କର ମାରବର୍ଗ୍ ଭାଇରସ୍ ୨ ଜଣଙ୍କ ଠାରେ ଚିହ୍ନଟ ହୋଇଛି। ମାରବର୍ଗ୍ ଭାଇରସ୍ ଇବୋଲା ପରି ଅତ୍ୟନ୍ତ ସଂକ୍ରାମକ । ଘାନାରେ ୨ ଜଣ ବ୍ୟକ୍ତି ଏହି ଭାଇରସ୍ରେ ସଂକ୍ରମିତ ହୋଇ ଚଳିତ ମାସରେ ପ୍ରାଣ ହରାଇଛନ୍ତି। ଉକ୍ତ ୨ ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ କରି ଟେଷ୍ଟ୍ ପାଇଁ ପଠାଯାଇଥିଲା। ସେମାନଙ୍କ ରିପୋର୍ଟ ଜୁଲାଇ ୧୦ରେ ପଜିଟିଭ୍ ଆସିଥିଲା। କିନ୍ତୁ ଆହୁରି ଅଧିକ ସ୍ପଷ୍ଟ ହେବାପାଇଁ ଏହି ନମୂନାକୁ ସେନେଗାଲ୍ ଲାବ୍ରୋଟୋରି ପଠାଯାଇଥିଲା। ୨ଟି ଯାକ ନମୁନା ପଜିଟିଭ୍ ଆସିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ହୁ ମଧ୍ୟ ଏନେଇ ସତର୍କ କରିଛି। ତେବେ ଏହି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ୯୮ ଜଣ ଲୋକ ଏବେ କ୍ବାରାଣ୍ଟିନ୍ରେ ଅଛନ୍ତି। ଦ୍ବିତୀୟ ଥର ପାଇଁ ପଶ୍ଚିମ ଆଫ୍ରିକାରେ ମାରବର୍ଗ୍ ଚିହ୍ନଟ ହୋଇଛି। ଗତବର୍ଷ ମଧ୍ୟ ଏକ ମାମଲା ଚିହ୍ନଟ ହୋଇଥିଲା।
ଘାନାରେ ପ୍ରଥମ ମାରବର୍ଗ ଭାଇରସ ଚିହ୍ନଟ
/sambad/media/post_attachments/wp-content/uploads/2022/07/marbuge-virus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)