ନୂଆଦିଲ୍ଲୀ: ଭାରନାସା ଅଭିଯାନରେତୀୟ ଯବାନ । ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ନାସାର ମିଶନ୍ - ଫୋର ଅଭିଯାନରେ ସାମିଲ ହୋଇଛନ୍ତି ବୋଲି ସୂଚନା ରହିଛି । ମିଶନ୍ ଫୋର୍ ଅଭିଯାନର ପାଇଲଟ ଭାବେ ଶୁଭାଂଶୁଙ୍କୁ ବଛା ଯାଇଛି ।
ଖୁବଶୀଘ୍ର ମହାକାଶକୁ ଯିବେ ଶୁଭାଂଶୁ । ସ୍ପେଶ୍-ଏକ୍ସର ଡ୍ରାଗନ୍ ସ୍ପେଶ୍ କ୍ରାଫ୍ଟକୁ ନେଇ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ ଶୁଭାଂଶୁ । ପ୍ରଥମ ଭାରତୀୟ ବାୟୁସେନାର ପାଇଲଟ୍ ଭାବେ ଶୁଭାଂଶୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ ।
ଏହା ପୂର୍ବରୁ ଇସ୍ରୋର ଗଗନଯାନ ଅଭିଯାନ ପାଇଁ ଚୟନ ହୋଇ ଟ୍ରେନିଂ ନେଇ ସାରିଛନ୍ତି ଶୁଭାଂଶୁ । ପେଗି ହ୍ବିଟସନ୍ ମିଶନ୍ ଫୋର ଅଭିଯାନର କମାଣ୍ଡ ସମ୍ଭାଳିବେ । ଆଉ ଏହି ମିଶନ୍ର ପାଇଲଟ ହେବେ ଶୁଭାଂଶୁ । ଏପ୍ରିଲ-ଜୁନ୍ ମାସ ମଧ୍ୟରେ ଏମାନେ ମହାକାଶକୁ ଯିବେ । ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଦ୍ବିତୀୟ ଭାରତୀୟ ହେବାକୁ ଯାଉଛନ୍ତି ଶୁଭାଂଶୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/31/i2t8jE8FNhqfaBb79KJ3.jpg)