ସର୍ବପ୍ରଥମ ପିଜିଆଇ- ଡି ରିପୋର୍ଟ ପ୍ରକାଶିତ

୨୦୧୮ - ୧୯ ରେ ୭୨୫ଟି ଜିଲ୍ଲା ଓ ୨୦୧୯- ୨୦ ରେ ୭୩୩ ଜିଲ୍ଲା ଅନ୍ତର୍ଭୁକ୍ତ

ଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଆଜି ୨୦୧୮-୧୯ ଏବଂ ୨୦୧୯ –୨୦୨୦ ନିମନ୍ତେ ଜିଲ୍ଲାମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ – ଡି) ପ୍ରକାଶ କରିଛନ୍ତି। ଯାହାକି ଜିଲ୍ଲା ସ୍ତରରେ ବିସ୍ତୃତ ବିଶ୍ଲେଷଣ ପାଇଁ ଏକ ସୂଚକାଙ୍କ ସୃଷ୍ଟି କରି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଦର୍ଶନକୁ ଆକଳନ କରିଥାଏ।

ପ୍ରାୟ ୧୫ ଲକ୍ଷ ବିଦ୍ୟାଳୟ, ୯୭ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ – ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୨୬ କୋଟି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତମ ଶିକ୍ଷା ବ୍ୟବସ୍ଥା । ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟଗୁଡିକ ପାଇଁ ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ) ପ୍ରସ୍ତୁତ କରିଛନ୍ତି ଏବଂ ୨୦୧୭ – ୧୮ ଠାରୁ ୨୦୧୯ – ୨୦ ପର୍ଯ୍ୟନ୍ତ ସମୟର ସନ୍ଦର୍ଭ (ରେଫରେନ୍ସ) ବର୍ଷଗୁଡ଼ିକ ପାଇଁ ପ୍ରଦର୍ଶନ ମାନକ ସୂଚକାଙ୍କ ପ୍ରକାଶ କରିଛନ୍ତି । ରାଜ୍ୟ ପିଜିଆଇର ସଫଳତା ଉପରେ ଆଧାର କରି ସମସ୍ତ ଜିଲ୍ଲାରେ ବିଦ୍ୟାଳୟ ଶିକ୍ଷାରେ ପ୍ରଦର୍ଶନର ମାନ ସ୍ଥିର କରିବା ପାଇଁ ଜିଲ୍ଲା ପାଇଁ ୮୩ –ସୂଚକ ଆଧାରିତ ପିଜିଆଇ ପ୍ରସ୍ତୁତ କରାଯାଇଛି।

Coastal Digest

ଅନ୍‌ଲାଇନ୍‌ ପୋର୍ଟାଲ୍ ଜରିଆରେ ଜିଲ୍ଲାମାନଙ୍କ ଦ୍ୱାରା ତଥ୍ୟଗୁଡ଼ିକ ପୂରଣ କରାଯାଇଛି । ପିଜିଆଇ –ରାଜ୍ୟ ଶିକ୍ଷା ବିଭାଗଗୁଡ଼ିକୁ ଜିଲ୍ଲା ସ୍ତରରେ ଥିବା ବ୍ୟବଧାନଗୁଡ଼ିକୁ ଚିହ୍ନଟ କରିବାରେ ଏବଂ ସେମାନଙ୍କର ପ୍ରଦର୍ଶନକୁ ଏକ ବିକେନ୍ଦ୍ରୀକୃତ ଶୈଳୀରେ ଉନ୍ନତ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ସୂଚକ ଭିତ୍ତିକ ପିଜିଆଇ ସ୍କୋର୍ ଏକ ଜିଲ୍ଲା କେଉଁ କ୍ଷେତ୍ରଗୁଡ଼ିକରେ ଉନ୍ନତି କରିବାର ଆବଶ୍ୟକତା ରହିଛି ତାହାକୁ ଦର୍ଶାଇଥାଏ । ପିଜିଆଇ –ଡି ସମସ୍ତ ଜିଲ୍ଲାର ଆପେକ୍ଷିକ ପ୍ରଦର୍ଶନକୁ ଏକ ସମାନ ପରିମାପକରେ ପ୍ରତିଫଳିତ କରିବ, ଯାହା ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ।
ପିଜିଆଇ –ଡି ସଂରଚନା ୮୩ଟି ସୂଚକ ମଧ୍ୟରେ ମୋଟ ୬୦୦ ପଏଣ୍ଟର ଗୁରୁତ୍ୱକୁ ନେଇ ଗଠିତ, ଯେଉଁ ଗୁଡ଼ିକୁ ୬ଟି ବର୍ଗ ଅଧୀନରେ ରଖାଯାଇଛି, ଯଥା – ଫଳାଫଳ, ପ୍ରଭାବଶାଳୀ ଶ୍ରେଣୀ ଗୃହ ବ୍ୟବସ୍ଥା, ଭିତ୍ତିଭୂମି ସୁବିଧା ସୁଯୋଗ ଏବଂ ବିଦ୍ୟାର୍ଥୀମାନଙ୍କ ଆବଶ୍ୟକତା ସମୂହ, ସ୍କୁଲ୍ ନିରାପତ୍ତା ଏବଂ ଶିଶୁ ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପରିଚାଳନା ପ୍ରକ୍ରିୟା । ଏହି ବର୍ଗଗୁଡ଼ିକ ପୁନଶ୍ଚ ୧୨ଟି ପରିସରରେ ବିଭକ୍ତ ହୋଇଛି, ଯଥା –ପ୍ରଶିକ୍ଷଣ ଉପଲବ୍ଧି ଏବଂ ଗୁଣବତ୍ତା (ଏଲ୍ଓ), ଉପଲବ୍ଧତା ଫଳାଫଳ (ଏଓ), ଶିକ୍ଷକ ଉପଲବ୍ଧତା ଏବଂ ବୃତ୍ତିଗତ ବିକାଶ ଫଳାଫଳ, (ଟିଏପିଡିଓ), ଶିକ୍ଷାଦାନ ପରିଚାଳନା (ଏଲ୍ଏମ୍), ଶିକ୍ଷଣ ସମୃଦ୍ଧି କାର୍ଯ୍ୟକଳାପ (ଏଲ୍ଇଏ), ଭିତ୍ତିଭୂମି, ସୁବିଧାସୁଯୋଗ, ବିଦ୍ୟାର୍ଥୀ ମାନଙ୍କର ଆବଶ୍ୟକତା (ଆଇଏଫ୍ ଆଣ୍ଡ ଏସ୍ଇ), ବିଦ୍ୟାଳୟ ନିରାପତ୍ତା ଏବଂ ଶିଶୁ ସୁରକ୍ଷା (ଏସ୍ଏସ୍ ଆଣ୍ଡ ସିପି), ଡିଜିଟାଲ୍ ଶିକ୍ଷାଦାନ (ଡିଏଲ୍), ପାଣ୍ଠି ଏକତ୍ରୀକରଣ ଏବଂ ଉପଯୋଗ (ଏଫ୍‌ସିଭି) , ସିଆର୍‌ସିମାନଙ୍କର ପ୍ରଦର୍ଶନକୁ ଉନ୍ନତ କରାଇବା, (ସିଆର୍‌ସିପି), ଉପସ୍ଥାନ ନିରୀକ୍ଷଣ ବ୍ୟବସ୍ଥା (ଏଏମ୍ଏସ୍) ଏବଂ ବିଦ୍ୟାଳୟ ନେତୃତ୍ୱ ବିକାଶ (ଏସ୍ଏଲ୍‌ଡି)।

ପିଜିଆଇ –ଡି ଜିଲ୍ଲାମାନଙ୍କୁ ଦଶ ଗୋଟି ମାନକରେ ମାନକଭୁକ୍ତ କରିଥାଏ ଯଥା , ସର୍ବାଧିକ ହାସଲ ଯୋଗ୍ୟ ଗ୍ରେଡ୍ ହେଉଛି ଦକ୍ଷ, ଯାହା ସେହି ବର୍ଗରେ ଥିବା ସାମଗ୍ରିକ ଭାବରେ ମୋଟ ପଏଣ୍ଟର ୯୦ ପ୍ରତିଶକରୁ ଅଧିକ ସ୍କୋର୍ କରୁଥିବା ଜିଲ୍ଲା ମାନଙ୍କ ପାଇଁ ଉଦ୍ଦିଷ୍ଟ । ପିଜିଆଇ – ଡି’ର ସର୍ବନିମ୍ନ ମାନକକୁ ଆକାଂକ୍ଷୀ –୩ କୁହାଯାଇଥାଏ, ଯାହା ହେଉଛି ମୋଟ୍ ପଏଣ୍ଟର ୧୦% ସ୍କୋର । ପିଜିଆଇ –ଡିର ଏକ ମାତ୍ର ଉଦ୍ଦେଶ୍ୟ ହେଉଛି, ସ୍କୁଲ୍ ଶିକ୍ଷାରେ ପ୍ରାଥମିକତାର କ୍ଷେତ୍ରଗୁଡ଼ିକ ପାଇଁ ହସ୍ତକ୍ଷେପ କରିବା ନିମନ୍ତେ ଜିଲ୍ଲାମାନଙ୍କୁ ସାହାଯ୍ୟ କରିବା ଏବଂ ଏହିଭଳି ଭାବରେ ସର୍ବୋଚ୍ଚ ଗ୍ରେଡ୍‌ରେ ପହଞ୍ଚାଇବା ପାଇଁ ଉନ୍ନତି କରିବାକୁ ସହାୟତା କରିବା। ପିଜିଆଇ –ଡି ୨୦୨୦ –୨୧ ବର୍ତ୍ତମାନ ସଙ୍କଳନ ଅବସ୍ଥାରେ ରହି ଅଛି । ପିଜିଆଇ –ଡି ୨୦୧୮ –୧୯ ଏବଂ ୨୦୧୯ – ୨୦ ଅନ୍ତଃରାଜ୍ୟ ବିଦ୍ୟାଳୟ ଶିକ୍ଷାର ପ୍ରଗତିର ତୁଳନା ନିମନ୍ତେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର