ଆମେରିକାର ପ୍ରଥମ ମହିଳାଙ୍କ ଅଚାନକ ୟୁକ୍ରେନ୍‌ ଗସ୍ତ

ଜେଲେନସ୍କିଙ୍କ ପତ୍ନୀଙ୍କ ସହିତ ସ୍କୁଲ ପରିଦର୍ଶନ କଲେ

କିବ୍‌ : ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ଆଜି ଆଚନକ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ପହଞ୍ଚିଛନ୍ତି। ଏହି ଗସ୍ତରେ ସେ ୟୁକ୍ରେନ୍‌ ରାଷ୍ଟ୍ରପ୍ରତି ବୋଲ୍‌ଡିମିର ଜେଲେନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କିଙ୍କୁ ଉଝ୍‌ରୋଦ୍‌ ସହରରେ ଭେଟିବା ସହ ଉଭୟ ଏକ ସ୍କୁଲ ପରିଦର୍ଶନ କରିଛନ୍ତି। ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀଙ୍କ ୟୁକ୍ରେନ୍‌ ଗସ୍ତ ଅନେକଙ୍କୁ ବିସ୍ମିତ କରିଛି। ୨୪ ଫେବ୍ରୁଆରିରେ ରୁଷ୍‌ ଆକ୍ରମଣ ଆରମ୍ଭ କରିବା ପରଠାରୁ ଆମେରିକା ସମେତ ନାଟୋ ରାଷ୍ଟ୍ରର ଅନେକ ନେତା ୟୁକ୍ରେନ୍‌ ଗସ୍ତ କରିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ଜୋ ବାଇଡେନ୍‌ ୟୁକ୍ରେନ୍‌ ଗସ୍ତ କରିନଥିବା ବେଳେ ଜିଲ୍‌ ବାଇଡେନ୍‌ ୟୁକ୍ରେନ୍‌ ଯାଇ ପୀଡ଼ିତଙ୍କୁ ଭେଟିବା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର