ଗୌହାଟୀ: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଉଠିଛି। ବନ୍ୟା ବିପର୍ଯ୍ୟୟ ଯୋଗୁଁ ଆସାମରେ ମୃତ୍ୟୁ ସଂଖ୍ୟା ୫୫ରେ ପହଞ୍ଚିଛି। ୨୦ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି। ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଗତକାଲି ଗୋଟିଏ ଦିନରେ ୨୦ଜଣଙ୍କର ମୃତ୍ୟୁ ଘଟିଛି। ଆସାମର ୨୨ଟି ଜିଲ୍ଲାର ପ୍ରାୟ ୧୧ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ୧,୭୦୨ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୮୦ ହଜାର ଲୋକଙ୍କୁ ୧୫୦ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଅନେକ ରାସ୍ତା ନଷ୍ଟ ହୋଇଥିବା ବେଳେ ୫ ଶହରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।
ଉତ୍ତର ପୂର୍ବରେ ବନ୍ୟା ପରିସ୍ଥିତି ଗମ୍ଭୀର: ଆସାମରେ ୧୧ ଲକ୍ଷ ଲୋକ ପ୍ରଭାବିତ, ୫୫ ମୃତ
/sambad/media/post_attachments/wp-content/uploads/2022/06/65d4g65da45g6d4gd65a4gda65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)