ସିଓଲ: ଦକ୍ଷିଣ କୋରିଆର ପୂର୍ବତଟୀୟ ଅଞ୍ଚଳରେ ଭୀଷଣ ନିଆଁ ଲାଗିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୧୬ଟି ଘର ନଷ୍ଟ ହୋଇଛି। ୬ ହଜାରରୁ ଅଧିକ ଲୋକଙ୍କୁ ଘର ଛାଡିବାକୁ ପଡ଼ିଛି ଓ ୧୫ ହଜାର ଏକର ଅଞ୍ଚଳ ପ୍ରଭାବିତ ହୋଇଛି।
ଶୁକ୍ରବାର ସକାଳେ ତଟୀୟ ସହର ଉଲଜିନର ଏକ ପାହାଡରେ ପ୍ରଥମେ ନିଆଁ ଲାଗିଥିଲା। ନିଆଁ ଯୋଗୁଁ ଉଲଜିନରରେ ଥିବା ନ୍ୟକ୍ଲିୟର ପାଓ୍ଵାର ପ୍ଲାଣ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ନେଇ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜେ ଇନ୍ ଜଣାଇବା ପରେ ପାଓ୍ଵାର ପ୍ଲାଣ୍ଟର କ୍ଷମତାକୁ ୫୦ ପ୍ରତିଶତ ହ୍ରାସ କରାଯାଇଥିଲା ଓ ବିଦ୍ୟୁତ୍ ସରବରାହକୁ କାଟି ଦିଆଯାଇଥିଲା। ନ୍ୟାସନାଲ୍ ଫାୟାର୍ ଏଜେନ୍ସିର ଜଣେ ଅଧିକାରୀଙ୍କ ଅନୁସାରେ ବହୁ ସଂଖ୍ୟାରେ ଅଗ୍ନିନିର୍ବାପକ ଅଧିକାରୀଙ୍କୁ ପ୍ଲାଣ୍ଟରେ ମୁତୟନ କରାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା।
ନିଆଁକୁ ଲିଭାଇବା ପାଇଁ ୨ ହଜାରରୁ ଅଧିକ ନିଆଁ ଲିଭାଳି, ସୈନିକଙ୍କ ସହ ୫୧ ହେଲିକପ୍ଟର ଓ ୨୭୩ଟି ଯାନକୁ ମୁତୟନ କରାଯାଇଛି। ସମଚେଓକରେ ଲିକ୍ଵିଫାଇଡ୍ ନ୍ୟାଚୁରାଲ୍ ଗ୍ୟାସ୍ (ଏଲଏନଜି) ମେନୁଫେକ୍ଚରିଙ୍ଗ୍ ଫ୍ୟାସିଲିଟିରେ ନିଆଁ ପ୍ରସାରିତ ହେବାରୁ ରୋକିବା ପାଇଁ ଅନେକ ନିଆଁ ଲିଭାଳିଙ୍କୁ ରାତି ସାରା ପରିଶ୍ରମ କରିବାକୁ ପଡିଥିଲା। ଏହାପରେ ଜୋରରେ ପବନ ବହିବାରୁ ଉତ୍ତରରେ ସମଚେଓକ ଆଡକୁ ଚାଲି ଯାଇଥିଲା। ଏହି ସହର ରାଜଧାନୀ ସିଓଲରୁ ପାଖାପାଖି ୩୩୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅଛି। ସୁରକ୍ଷା ମନ୍ତ୍ରାଳୟ ଅନୁସାରେ ନିଆଁ କ’ଣ ପାଇଁ ଲାଗିଲା ଏହାର କାରଣ ଜାଣିବା ପାଇଁ ଯାଞ୍ଚ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ସ-43.jpg)