ନୂଆଦିଲ୍ଲୀ : ଗୌତମ ଆଦାନିଙ୍କ ହାଇଫା ପୋର୍ଟ କମ୍ପାନିର ନିର୍ବାହୀ ଅଧ୍ୟକ୍ଷ ଭାବେ ଇସ୍ରାଏଲର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ରନ ମାଲକା ରବିବାର ନିଯୁକ୍ତ ହେବା ପରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ମହୁଆ କହିଛନ୍ତି, ଇସ୍ରାଏଲର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଆଦାନିଙ୍କ ହାଇଫା ବନ୍ଦରର ଅଧ୍ୟକ୍ଷ! ଇସ୍ରାଏଲ ସହ ଆଦାନିଙ୍କ କାରବାର କେତେ ସ୍ବଚ୍ଛ ଥିଲା ଏଥିରୁ ଜଣାପଡ଼ୁଛି। ଏଣୁ ହିଣ୍ଡେନବର୍ଗ ରିପୋର୍ଟ ପରିପ୍ରେକ୍ଷୀରେ ଆଦାନି ଗ୍ରୁପ୍ ବିରୋଧରେ ତଦନ୍ତ ପାଇଁ ତାଙ୍କ ଦଳ ଦାବି କରୁଛି ବୋଲି ମହୁଆ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/adani-airport.jpg)