ଆମଷ୍ଟରଡାମ: ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଡ୍ରାଇସ୍ ଭାନ୍ ଆଗ୍ଟ ତାଙ୍କ ପତ୍ନୀ ୟୁଜିନିଙ୍କ ସହ ହାତକୁ ହାତ ମିଳାଇ ଆଇନଗତ ଇଚ୍ଛାମୃତ୍ୟୁ ମାଧ୍ୟମରେ ମୃତ୍ୟୁ ବରଣ କରିଛନ୍ତି। ଉଭୟ ଦମ୍ପତିଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଚଳିତ ମାସ ପ୍ରାରମ୍ଭରେ ତାଙ୍କ ସହର ନିଜମେଗେନରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି ବୋଲି ଆଗ୍ଟଙ୍କ ଦ୍ବାରା ପ୍ରତିଷ୍ଠିତ ମାନବାଧିକାର ସଂଗଠନ ‘ରାଇଟ୍ସ ଫୋରମ୍’ ଏହା ଘୋଷଣା କରିଛି। ପ୍ରେସ୍ ନୋଟ୍ ଅନୁଯାୟୀ, ମୃତ୍ୟୁ ବରଣ କରିବା ପୂର୍ବରୁ ଉଭୟ ଆଗ୍ଟ ଏବଂ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା କିଛି ଦିନ ହେବ ଖରାପ ହୋଇଯାଇଥିଲା। ଆଗ୍ଟ ୧୯୭୭ରୁ ୧୯୮୨ ମଧ୍ୟରେ ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp