ଦିଲ୍ଲୀରେ ଚତୁର୍ଥ ଲହର ଆହୁରି ସାଂଘାତିକ: କେଜ୍ରିଵାଲ

ଟିକାକରଣରୁ ବୟସସୀମା ହଟାଇନେବାକୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀରେ ସମ୍ପ୍ରତି ଦେଖାଦେଇଥିବା କୋଭିଡ୍‌ ସଂକ୍ରମଣର ଚତୁର୍ଥ ଲହର ସାଂଘାତିକ ଭାବେ ଭୟାବହତା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ କହିଛନ୍ତି। ଦିଲ୍ଲୀରେ ବିଗତ ୨୪ ଘଣ୍ଟା ଭିତରେ ୧୦,୭୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଏହି ଲହର ତୃତୀୟ ଲହରଠାରୁ ଭୟାନକ ରହିଛି। ଗତ ମାର୍ଚ୍ଚ ମଧ୍ୟଭାଗ ବେଳକୁ ସହରରେ ଦୈନିକ ସଂକ୍ରମଣ ୨୦୦ରୁ କମ୍‌ ରହୁଥିବା ବେଳେ ଗତ ୧୫ ଦିନ ଭିତରେ ଏହା ସ୍ଥିତିକୁ ବିଗାଡ଼ିବାରେ ଲାଗିଛି। ସଦ୍ୟ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ସେ ନୂଆ ନୂଆ କଟକଣା ସବୁ ଲାଗୁ କରାଇଥିବା ବେଳେ ସେଥିପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ ସ୍ଥିତି ଆଉ ସମସ୍ୟାର ସମାଧାନ ନୁହେଁ ବୋଲି ସେ କହିଛନ୍ତି। ସେହିପରି ତାଙ୍କ ସରକାର ପାଖରେ ଗଚ୍ଛିତ ଥିବା କୋଭିଡ୍‌ ଟିକା ପର୍ଯ୍ୟାପ୍ତ ନୁହେଁ ବୋଲି ପୂର୍ବରୁ ଅଭିଯୋଗ ଆଣିଥିବା କେଜ୍ରିଵାଲ୍‌ ଟିକାକରଣରୁ ବୟସ ସୀମା ହଟାଇନେବାକୁ ଆଜି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀର କୋଭିଡ୍‌ ପୀଡ଼ିତଙ୍କ ଭିତରୁ ୬୫ ପ୍ରତିଶତଙ୍କର ବୟସ ୪୫ ବର୍ଷ ତଳେ ହୋଇଥିବା ବେଳେ ତାଙ୍କ ସରକାର ଘର ଘର ବୁଲି ଟିକାକରଣ କରିବା ପାଇଁ ପ୍ରସ୍ତୁତ। କେନ୍ଦ୍ର ସରକାର ଟିକାକରଣ ପାଇଁ ରହିଥିବା ବୟସସୀମା ୪୫ ବର୍ଷକୁ ହଟାଇନେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର