ବିକାଶ ଦୁବେର ଅନ୍ତିମ ସଂସ୍କାର ‌ବେଲେ ପତ୍ନୀ ରିଚା ଦେଳେ ବିିବାଦୀୟ ବୟାନ: ସମସ୍ତଙ୍କୁ ଉଚିତ୍‌ ଶିକ୍ଷା ଦେବି

ନୂଆଦିଲ୍ଲୀ: ଆଜି କାନପୁରରେ ବିକାଶ ଦୁବେଙ୍କ ଅନ୍ତିମସଂସ୍କାର କରାଯାଇଥିଲା । ସେଠାରେ ତାଙ୍କ ପତ୍ନୀ ଓ ପୁଅଙ୍କ ସହ କିଛି ଘନିଷ୍ଟ ସମ୍ପର୍କୀୟ ଉପସ୍ଥିତ ଥିଲେ । କାନପୁରରେ ବିକାଶ ଦୁବେଙ୍କ ପୋଷ୍ଟମଟମ୍‌ ସରିବା ପରେ ତାଙ୍କ ଅନ୍ତିମସଂସ୍କାର କରାଯାଇଥିଲା । ଏହି ସମୟରେ ଘାଟରେ ତାଙ୍କ ସାନ ପୁୁଅ ଓ ବିକାଶଙ୍କ ଭିଣୋଇ ଉପସ୍ଥିତ ଥିଲେ । କିନ୍ତୁ ଘାଟରେ ସାମ୍ବାଦିକ ମାନେ ଯେତବେଳେ ବିକାଶଙ୍କ ପତ୍ନୀଙ୍କୁ କିଛି ପ୍ରଶ୍ନ କରିଥିଲେ ସେ ରାଗିଯାଇ ଖରାପ ଭାସାରେ ଗାଳି କରିଥିଲେ । ସେ କହିଥିଲେ ‘ଯିଏ ଯୁଆଡେ ପାରୁଛ ପଳାଓ’ କାହାକୁ ଛାଡି ବିନି ଯିଏ ଯେମିତି କାର୍ଯ୍ୟ କରିଛି ତାକୁ ସେମିତି ଶିକ୍ଷା ଦେବି । ଯଦି ଦରକାର ପଡେ ବନ୍ଧୁକ ଉଠାଇବାକୁ ପଛେଇବି ନାହିଁ ।

ସୂଚନାଯୋଗ୍ୟ ବିକାଶ ଦୁବେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ୟୁପି ପୋଲିସ ମୋଷ୍ଟ ୱାଣ୍ଟେଡ୍‌‌ ବିକାଶ ଦୁବେକୁ ଶୁକ୍ରବାର ସକାଳେ କାନପୁରରୁ ୧୭ କିମି ଦୂରରେ ଏନ୍‌ କାଉଣ୍ଟର କରିଥିଲା । ବିକାଶର ଛାତିରେ ତିନୋଟି ଗୁଳି ବାଜିଥିବା ବେଳେ ଅଣ୍ଟାରେ ଗୋଟେ ଗୁଳି ବାଜିଥିଲା ।

ସମ୍ବନ୍ଧିତ ଖବର