ଫେବ୍ରୁଆରି ୨୦୨୩ରେ ଔରଙ୍ଗାବାଦ ଗସ୍ତ କରିବେ ଜି-୨୦ ପ୍ରତିନିଧି ଦଳ

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀର ପ୍ରତିନିଧି ଦଳ ଆସନ୍ତାବର୍ଷ ମହାରାଷ୍ଟ୍ରର ପ୍ରସିଦ୍ଧ ଅଜନ୍ତା ଏବଂ ଏଲୋରା ଗୁମ୍ଫା ଏବଂ ଅନ୍ୟ ପ୍ରମୁଖ ସ୍ଥଳ ଗସ୍ତ କରିବେ। ଜି-୨୦ ରାଷ୍ଟ୍ରର ପ୍ରାୟ ୫୦୦ ପ୍ରତିନିଧି ଏହି ବିଶ୍ବ ପ୍ରସିଦ୍ଧ ଐତିହ୍ୟ ସ୍ଥଳ ବୁଲିବେ। ଫେବ୍ରୁଆରି ୧୩ ଏବଂ ୧୪ରେ ଜି-୨୦ ପ୍ରତିନିଧି ଦଳ ଔରଙ୍ଗାବାଦ ଗସ୍ତରେ ଆସିବେ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧, ୨୦୨୨ରୁ ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ବ ନେବ। ଜି-୨୦ ଗୋଷ୍ଠୀରେ ଥିବା ସଦସ୍ୟ ରାଷ୍ଟ୍ରମାନେ ହେଲେ- ଭାରତ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ୍‌, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷ୍‌, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ , ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସଂଘ (ଇୟୁ)।

ସମ୍ବନ୍ଧିତ ଖବର